ମୁଖଦୁର୍ଗନ୍ଧ କାରଣରୁ ଲୋକଙ୍କଠାରୁ ଦୂରେଇ ଯାଉଛନ୍ତି କି ? ଚିନ୍ତା ଛାଡନ୍ତୁ ଏବଂ ଏହି ଉପାୟରେ ସମସ୍ୟାକୁ ଦୂର କରନ୍ତୁ ।

45

ପ୍ରତିଦିନ ସକାଳୁ ଉଠି ଦାନ୍ତଘଷିବା ପରେ ମଧ୍ୟ କିଛି ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏଥି ପାଇଁ କିଛି ଲୋକ ଅନ୍ୟମାନଙ୍କ ସାମ୍ନାରେ ଠିଆ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ନିଜର ବ୍ୟବହାର କରୁଥିବା ଟୁଥ୍ପେଷ୍ଟକୁ ବଦଳାଇବା ସହ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଏ ସବୁ ପରେ ସେମାନଙ୍କର ଏହି ସମସ୍ୟା ଦୂର ହୋଇ ନଥାଏ । ଯଦି ଆପଣଙ୍କର ମଧ୍ୟ ଏଭଳି କିଛି ସମସ୍ୟା ରହିଛି ତେବେ ଚିନ୍ତା କରିବା ଛାଡ଼ି ଏହି ଉପାୟ ଆପଣାନ୍ତୁ ।

୧.ଆପଲ ସାଇଡ଼ର ଭିନେଗାରକୁ ଆପଣମାନେ ଘରେ ନିହାତି ଭାବରେ ବ୍ୟବହାର କରୁଥିବେ । ଏହାକୁ ଖାଦ୍ୟ ତିଆରି ପାଇଁ ବ୍ୟବହାର କରାଯାଉଥିବା ବେଳେ ପାଟିରୁ ଦୁର୍ଗନ୍ଧକୁ ଦୂର କରିବା ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରି ପାରିବେ । ୧/୪କପ ପାଣିରେ ୨ଚାମଚ ଆପଲ ସାଇଡ଼ର ଭିନେଗାର ମିଶାନ୍ତୁ । ଏହି ମିଶ୍ରଣକୁ ୧୫-୨୦ମିନିଟ୍ ପାଟିରେ ଭର୍ତ୍ତି କରି କୁଳି କରନ୍ତୁ । ଏପରି କଲେ ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିବ ନାହିଁ ।

୨.ଅନେକ ବର୍ଷରୁ ଲୋକମାନେ ନିଜ ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ପାନ ମଧୁରୀର ବ୍ୟବହାର କରିଥାନ୍ତି । ପ୍ରତିଦିନ ଖାଇବା ପରେ ଏହାକୁ ଖାଇବା ଦ୍ୱାରା ପାଟିର ଜୀବାଣୁ ମରିବା ସହ ଦୁର୍ଗନ୍ଧ ବାହାରି ନ ଥାଏ ।

୩.ପାଟିର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଚାହୁଁଥିଲେ ନଡ଼ିଆ ତେଲର ବ୍ୟବହାର କରନ୍ତୁ । ଗୋଟେ ଚାମଚ ନଡ଼ିଆ ତେଲ ପାଟିରେ ଭର୍ତ୍ତି କରି ଚାରିଆଡ଼େ ପାଟି ବୁଲାନ୍ତୁ । ଏପରି କଲେ କିଛି ଦିନ ମଧ୍ୟରେ ପାଟିରୁ ଦୁର୍ଗନ୍ଧ ଆସିବା ବନ୍ଦ ହୋଇଯିବ ।

୪.ଗ୍ରୀନ୍ ଟି ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାରେ ସାହାଯ୍ୟ କରିବା ସହ ପାଟିର ଦୁର୍ଗନ୍ଧ ମଧ୍ୟ ଦୂର କରିଥାଏ । ପ୍ରତିଦିନ ଗ୍ରୀନ୍ ଟି ପିଇଲେ ପାଟିରୁ ଦୁର୍ଗନ୍ଧ ବାହରିବା ସମସ୍ୟା ଦୂର ହେବା ସହ କ୍ୟାଭିଟି ମଧ୍ୟ ହୋଇନଥାଏ ।