ବାବା ରାମଦେବଙ୍କ ‘ପତଞ୍ଜଳି’କୁ ବଡ ଝଟକା : ୧୦% ହ୍ରାସ ପାଇଲା ପତଞ୍ଜଳି ସାମଗ୍ରୀର ବିକ୍ରି

445

କନକ ବ୍ୟୁରୋ : ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ବଜାରରେ ବହୁତ ଚାହିଦା ଥିଲା । ଲୋକମାନେ ମଧ୍ୟ ପତଞ୍ଜଳି ସମାଗ୍ରୀ ଆଗ୍ରହର ସହ ନେଉଥିଲେ । ଭାରତରେ ତିଆରି ନଡିଆ ତେଲ ଓ ଆୟୁର୍ବେଦିକ ଔଷଧ ଭଳି ତାଙ୍କ ଭାରତ ନିର୍ମିତ ଉତ୍ପାଦ ବିଦେଶୀ କମ୍ପାନୀଙ୍କ ପାଇଁ ବଡ ଚ୍ୟାଲେଂଜ ରୂପରେ ସାମନାକୁ ଆସିଥିଲା । କିନ୍ତୁ ଏକ ରିପୋର୍ଟ ମୁତାବକ, ଏବେ ରାମଦେବଙ୍କ ରୋଜଗାର କମି କମି ଆସୁଛି । କମ୍ପାନୀର ବିକ୍ରିରେ ୧୦% ହ୍ରାସ ରେକର୍ଡ କରାଯାଇଛି ।

ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତାଞ୍ଜଳିକୁ ଏକ ବଡ଼ ଝଟକା ଲାଗିଛି । ପତଞ୍ଜଳି କମ୍ପାନୀର ଚାହିଦା କମିବାରେ ଲାଗିଛି । ୨୦୧୭ ମସିହାରେ ପତଞ୍ଜଳିର ଫାଉଣ୍ଡର ବାବା ରାମଦେବ ଆଶା ଜାଗ୍ରତ କରିଥିଲେ ଯେ, ୨୦୧୮ ମଧ୍ୟରେ କମ୍ପାନୀର ବିକ୍ରି ଦୁଇଗୁଣା କରି ୨୦,୦୦୦କୋଟିରେ ପହଂଚିବ । କିନ୍ତୁ ବିକ୍ରି ବୃଦ୍ଧି ପାଇବା ବଦଳରେ ୧୦ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି । କମ୍ପାନୀର ବାର୍ଷିକ ରିପୋର୍ଟରେ ଏହାକୁ ଦର୍ଶାଯାଇଛି । ଚଳିତ ବର୍ଷରେ ପତଞ୍ଜଳି ବିକ୍ରିରେ ହ୍ରାସ ହୋଇଥିବା ଅନୁମାନ କରାଯାଉଛି । ୨୦୧୮ ଡିସେମ୍ବରରେ ତ୍ରିମାସିକ ବିକ୍ରି ୪୭୦୦କୋଟି ଟଙ୍କା ହୋଇଛି ।