ଖୋଲା ଆକାଶ ତଳେ ଆଠଗଡ ଗଦାଧରପୁର ଗ୍ରାମବାସୀ : ଅଗ୍ନିକାଣ୍ଡ ପରେ ଦାଉ ସାଧିଲା କାଳବୈଶାଖୀ ବର୍ଷା

23

ଆଠଗଡ:ନିଆଁ ମୁହଁରେ ଗାଁ । ଖୋଲା ଆକାଶ ତଳେ ଆଠଗଡର ଚାଇଁପୁର ପଂଚାୟତର ଗଦାଧରପୁର ବାସିନ୍ଦା । ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଗାଁଟି ଜଳିଯିବା ପରେ ଗାଁ ଲୋକେ ଏବେ ନିରାଶ୍ରୟ ହୋଇପଡିରହିଛନ୍ତି । ଘରର ଆସବାବପତ୍ର ,ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀ ସବୁକିଛି ଜଳିଯାଇଛି ନିଆଁରେ। ତା ସାଙ୍ଗକୁ କାଳବୈଶାଖୀ ବର୍ଷା ଗ୍ରାମବାସୀଙ୍କ ଉପରେ ଦାଉ ସାଧିଛି ।

ଗତକାଲି ଭୟାବହ ଅଗ୍ନିକାଣ୍ଡରେ ଗଦାଧରପୁର ଗାଁ ର ୮୦ ବଖରାରୁ ଅଧିକ ଘର ଓ ଲକ୍ଷାଧିକ ଟଙ୍କାର ସପଂତି ପୋଡି ପାଉଁଶ ହୋଇଯାଇଛି । ଏଥିରେ ଜଣେ ବୃଦ୍ଧା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁକୁ ଆୟତ କରିବାକୁ ଦମକଳବାହିନୀକୁ ପାଖାପାଖି ୫ ଘଂଟା ଲାଗିଥିଲା । ଅଗ୍ନିକାଣ୍ଡ ପରେ କଟକ ଜିଲ୍ଲାପାଳ ଗାଁରେ ପହଂଚି ବିପନ୍ନଙ୍କୁ ତୁରନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା କରିଥିଲେ । ଏହା ସହ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।