ଏସିଆନ୍ ଗେମ୍ସ ୨୦୧୮ : ପୁରୁଷ ୧୦ ମିଟର ଏୟାର ରାଇଫଲରେ ଦୀପକ କୁମାରଙ୍କୁ ରୋପ୍ୟ ।

40

ଆଜି ଭାରତୀୟ ସୁଟର୍ ଦୀପକ କୁମାର ଆଣିଲେ ରୋପ୍ୟ ପଦକ ଏବଂ ଫ୍ରିଷ୍ଟାଇଲ କୁସ୍ତିର ୬୫ କେଜି ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ରେସଲର ବଜରଙ୍ଗ ପୁନିଆ । ଫାଇନାଲରେ ଜାପାନ ପ୍ରତିଦ୍ୱିନ୍ଦିଙ୍କୁ ୧୧-୮ ପଏଂଟରେ ମାତ୍ ଦେଇ ସ୍ୱର୍ଣ୍ଣ ଆଣିଛନ୍ତି ବଜରଙ୍ଗ । ପୂର୍ବରୁ ୧୦ ମିଟର ଏୟାର ରାଇଫଲ ମିକସଡ୍ ବିଭାଗରେ ବ୍ରୋଂଜ ପଦକ ପାଇବା ସହ ଭାରତର ଖାତା ଖୋଲିଥିଲା । ଏହି ଇଭେଂଟରେ ଅପୂର୍ବୀ ଓ ରବିକୁମାର ଯୋଡ଼ି ଫାଇନାଲରେ ୪୨୯.୯ ପଏଂଟ ସହ ବ୍ରୋଂଞ୍ଜ ହାତେଇଥିଲେ । ତାଇୱାନ ଖେଳାଳି ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଚୀନ୍ ରୌପ୍ୟ ପଦକ ହାତେଇଥିଲେ । ।

ସେପଟେ ଭାରତୀୟ ପୁରୁଷ କବାଡି ଦଳ ଶ୍ରୀଲଙ୍କା ଓ ବାଂଲାଦେଶକୁ ପରାସ୍ତ କରି କବାଡ଼ିରେ ବିଜୟ ଧାରା ଜାରି ରଖି ପଦକ ସମ୍ଭାବନାକୁ ନିଶ୍ଚିତ କରିଛି । ସେହିପରି ମହିଳା କବାଡି ଦଳ ଗ୍ରୁପ ଏର ଏକ ମ୍ୟାଚରେ ଜାପାନକୁ ପରାସ୍ତ କରିଛି । ସେପଟେ ପ୍ରଥମ ମୁକାବିଲାରେ ଆୟୋଜକ ଇଣ୍ଡୋନେସିଆ ସହ ଭାରତ ମହିଳା ହକି ଦଳ ୮-୦ ଗୋଲରେ ପରାସ୍ତ କରିଛି । ସେହିପରି ପୁରୁଷ ବ୍ୟାଡମିଂଟନ ଟିମ୍ ଇଭେଂଟରେ ଭାରତ ମାଲଦୀପକୁ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିଛି । ପୁରୁଷ ନୌଚାଳନା, ଡବଲ ସ୍କଲ୍ସର ଫାଇନାଲ ପାଇଁ ଭାରତୀୟ ଦଳ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ପ୍ରଥମ ଦିନ ଖେଳ ଶେଷରେ ଭାରତ ପଦକ ତାଲିକାର ସପ୍ତମ ସ୍ଥାନରେ ରହିଛି । ଭାରତର ୫୭୧ଜଣ ଆଥଲେଟ ଏଥିରେ ଭାଗ ନେଉଥିବା ବେଳେ ସବୁଠୁ ବୟସ୍କ ଖେଳାଳୀ ୭୯ବର୍ଷ ରୀତା ଚୌକସୀ ଅଛନ୍ତି ।