ଜମ୍ମୁ-କଶ୍ମୀରର ରଜୌରୀରେ ବିସ୍ଫୋରଣ ! ଜଣେ ମେଜର ସହିଦ, ଦୁଇ ଜଣ ଯବାନ ଆହତ

1,503

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁଲୱାମାରେ ହୋଇଥିବା ଆକ୍ରମଣକୁ ଦୁଇଦିନ ପୁରିନି । ଗୋଟିଏ ପଟେ ସହିଦ ଯବାନଙ୍କୁ ଅଶ୍ରୁଳ ବିଦାୟ ଜଣାଉଛି ଦେଶ,ଅନ୍ୟପଟେ ରଜୌରୀର ନୌଶେରାରେ ପୁଣି ଥରେ ଆକ୍ରମ ହୋଇଛି । ଆଇଇଡ଼ି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ଏହି ବିସ୍ଫୋରଣରେ ଭାରତୀୟ ସେନାର ଜଣେ ମଜେର ସହିଦ ହେବାସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ । କୁହାଯାଉଛି ଆଇଇଡ଼ି ବମ୍ ଲଗାଯାଇଥିଲା, ଯାହାକୁ ଡିଫ୍ୟୁଜ୍ କରିବାକୁ ଯାଇ ମେଜର ଜଣକ ସହିଦ ହୋଇଯାଇଛନ୍ତି ।

ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ପାକିସ୍ତାନ ସେନା ଓ ଆତଙ୍କବାଦୀ ମିଶି ଭାରତୀୟ ସୀମା ଭିତକୁ ଆସିଥିଲେ ଓ ଆଇଇଡ଼ି ବିସ୍ଫୋରଣ କରିଥିଲେ । ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ଏଲଓସିଠୁ ପ୍ରାୟ ୧.୫ କିଲୋମିଟର ଦୂରରେ ଏହି ବ୍ଲାଷ୍ଟ ହୋଇଛି ।  ଏହ ଘଟଣା ବିଷୟରେ ଜଣାପଡ଼ିବା ପରେ ଏବେ ସର୍ଚ୍ଚ ପଅରେସନ ଜାରି ରଖିଛି ଭାରତୀୟ ସେନା ।