ବାଉଁଶରାଣୀରୁ ସିଆରପିଏଫର ଆସିଷ୍ଟାଂଟ୍ କମାଣ୍ଡେଂଟ୍ : ରଶ୍ମିଙ୍କର ଜୀବନସଂଘର୍ଷର କାହାଣୀ

56

ଆମର ବିଶାଳ ସମାଜ ଯଦି ଗୋଟିଏ ମୁଦ୍ରା ହୁଏ , ତେବେ ଜୀବନ, ଆଉ ସଂଗ୍ରାମ ତାର ଦୁଇଟି ଦିଗ । ଜୀବନରେ ସବୁବେଳେ ଆମକୁ ପ୍ରତିଟି ମୂହୁର୍ତରେ କିଛି ନା କିଛି ସଂଘର୍ଷ କରିବାକୁ ପଡିଥାଏ । ଏବଂ ଏହାରି ଭିତରେ ଜୀବନକୁ ବଂଚିବାର ରାହା ଖେଜିବାକୁ ପଡିଥାଏ। ଯେଉଁମାନେ ସଂଘର୍ଷ ର ସାମ୍ନା କରନ୍ତି ଜୀବନରେ ଯେତେ ଉତଥାନ ପତନ ଆସିଲେ ବି ସେମାନେ କେବେ ହାରି ନଥାନ୍ତି । ଏମିତି ଏକ ଅପରାଜିତା ହେଲେ ରଶ୍ମି ଦାସ । ଧୂଳିଘର ଖେଳିବା ବୟସରୁ ହିଁ ରଶ୍ମି ସାଜିଥିଲେ ବାଉଁଶ ରାଣୀ । ପେଟ ଚାଖଣ୍ଡକ ପାଇଁ ବାଉଁଶ ରାଣୀ ଖେଳକୁ ଆପଣାଇଥିବା ଭାରତୀୟ କ୍ରୀଡା ପ୍ରାଧୀକରଣର କର୍ମକର୍ତାଙ୍କୁ ପ୍ରଭାବିତ କଲାପର ଆଉ ପଛକୁ ଫେରି ଚାହିଁ ନଥିଲେ ସେ । ଜିମ୍ମାଷ୍ଟିକ୍ ପାଇଁ ତାଲିମ ନେଇ ରଶ୍ମି ସ୍ୱର୍ଣ୍ଣପଦକର ଅଧିକାରିଣୀ ମଧ୍ୟ ହୋଇପାରିଥିଲେ । ଜୀବନର ଗତିପଥରେ ଏମିତି କିଛି ପରିବର୍ତନ ଆସିଲା ରଶ୍ମି ସିଆରପିଏଫରେ କନେଷ୍ଟବଲ ଭାବରେ ଯୋଗଦାନ କଲେ । ଅଙ୍କାବଙ୍କାର ଏହି ଜୀବନ ବାଟରେ ଅନେକ ଉଠାଣି ଗଡାଣିକୁ ଅତିକ୍ରମ କରିଥିବା ରଶ୍ମି ଆଜି ସିଆରପିଏଫରେ ଆସିଷ୍ଟାଂଟ୍ କମାଣ୍ଡେଂଟ୍ । ରଶ୍ମିଙ୍କର କାହାଣୀ ଦେଖିବା ଅପରାଜିତାର ଏହି ଏପିସୋଡରେ :