ବିଶିଷ୍ଟ ସାହିତ୍ୟିକ ଅନ୍ନଦା ପ୍ରସାଦ ରାୟଙ୍କ ଦେହାନ୍ତ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପରଲୋକରେ ବିଶିଷ୍ଟ ସାହିତ୍ୟିକ ଅନ୍ନଦା ପ୍ରସାଦ ରାୟ । ଅନ୍ନଦା ଉକôଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଥିଲେ । ୭୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କଟକ ସ୍ଥିତ ପୁରୀଘାଟ ବାସଭବନରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ଅନ୍ନଦା ଦୈନିକ ମାତୃଭୂମିର ସଂପାଦକ ଥିଲେ । ସେ ଏକାଧାରାରେ ସାହିତ୍ୟିକ , ସମାଜସେବୀ ଓ ସାମ୍ବାଦିକଭାବେ ପରିଚିତ ଥିଲେ । ଓଡିଆ ସାହିତ୍ୟରେ ଶ୍ରୀ ରାୟ ଅନ୍ୟତମ ବିଶିଷ୍ଟ କଥାଶିଳ୍ପୀଭାବେ ସୁପରିଚିତ । ଅନ୍ନଦାଙ୍କ ମୃତ୍ୟୁପରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।