ପରିଚୟ ଲଢେଇରେ ଅପରାଜେୟ ବ୍ୟକ୍ତିତ୍ୱ ! ‘ଅଞ୍ଜଳୀ ଆମୀର୍’ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ନାୟିକା, ସୁପରଷ୍ଟାରଙ୍କ ସହ କରିବେ ଅଭିନୟ

123

anjaaliକନକ ବ୍ୟୁରୋ : ଅଞ୍ଜଳୀ ଆମୀର୍ । ପରିଚୟର ଲଢେଇରେ ଜଣେ ଅପରାଜେୟ ବ୍ୟକ୍ତିତ୍ୱ । ସମସ୍ତଙ୍କ ପାଇଁ ଆଜି ସାଜିଛନ୍ତି ଅନନ୍ୟ ଉଦାହରଣ । ମାତ୍ର ୧୬ ବର୍ଷ ବୟସରେ ନିଜର ରୁଢିବାଦୀ ପରିବାରକୁ ଛାଡି ଦେଇଥିବା ଅଞ୍ଜଳୀ ଆଜି ଦେଶର ପ୍ରଥମ କିନ୍ନର ନାୟିକା । ଟ୍ରାନ୍ସଜେଣ୍ଡର୍ ମଡେଲ୍ ଭାବରେ ସଫଳତା ପାଇବା ପରେ ଏବେ ସୁପରଷ୍ଟାର୍ ମାମୁଡ୍ଡୀଙ୍କ ସହ କରିବେ ଅଭିନୟ । ତେବେ ଅନ୍ୟର କାହାଣୀରେ ନାୟିକା ସାଜିଥିବା ଅଞ୍ଜଳୀଙ୍କ ଜୀବନ କୌଣସି କାହାଣୀ ଠାରୁ କମ୍ ନୁହେଁ ।

Anjali Ameer, India’s first transgender heroine thanks Mammootty for main role in filmଜଣେ ସାଧାରଣ କିନ୍ନରରୁ ନାୟିକା ହେବା ପର୍ଯ୍ୟନ୍ତ ଅଞ୍ଜଳୀଙ୍କ ଯାତ୍ରା ଥିଲା ଖୁବ୍ ସଂଘର୍ଷମୟ । ଯେତେବେଳେ ପ୍ରଶ୍ନ ଆସେ ତୃତୀୟ ଲିଙ୍ଗ ଅର୍ଥାତ୍ କିନ୍ନରଙ୍କ କଥା ସେତେବେଳେ ମଣିଷ ସମାଜ ସେମାନଙ୍କଠାରୁ ଆଖି ଫେରାଇନେବାର ମାନସିକତା ଦେଖିବାକୁ ମିଳେ । ଏକ ଆଶ୍ଚର୍ଯ୍ୟଜନକ ଚାହାଣୀରେ ସେମାନଙ୍କୁ ସମାଜ ଦେଖେ । ଯାହା ଅଞ୍ଜଳୀଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟ ସମସ୍ତଙ୍କ ପରି ଅଞ୍ଜଳୀଙ୍କୁ ମଧ୍ୟ ତାଙ୍କ ପରିବାର ସହଜରେ ଗ୍ରହଣ କରିପାରିନଥିଲେ ।

କାରଣ ଏକ ରକ୍ଷଣଶୀଳ ମୁସଲିମ୍ ପରିବାରେ ଜନ୍ମ ଗ୍ରହଣ କରିଥିଲେ ଅଞ୍ଜଳୀ । ତେଣୁ ନିଜର ପରିଚୟର ଲଢେଇ ଘର ଛାଡିବାକୁ ବାଧ୍ୟ ହୋଇଥିଲେ । ନିଜର ଲିଙ୍ଗ ପରିବର୍ତ୍ତନ ପାଇଁ ଅପରେସନ୍ ମଧ୍ୟ କଲେ । ହେଲେ ଏହି ଅପରେସନର ଖର୍ଚ୍ଚ ପାଇଁ ବିଭିନ୍ନ ସ୍ଥାନରେ କାମ କରିବାକୁ ବାଧ୍ୟ ହୋଇଥିଲେ । ଏପରିକି ଜଣେ ବାର୍ ଡ୍ୟାନ୍ସର ଭାବରେ ମଧ୍ୟ କାମ କରିଥିଲେ । ଶେଷରେ ନିଜ ଲକ୍ଷ ସ୍ଥଳରେ ପହଂଚିଥିଲେ ଅଞ୍ଜଳୀ ଆଉ ପାଲଟିଥିଲେ ଜଣେ ସଫଳ ମଡେଲ୍ ।

ଏବେ ଅଞ୍ଜଳୀ ‘ପେରାନ୍ବୁ’ ନାମକ ଏକ ସିନେମାରେ ଅଭିନୟ କରୁଛନ୍ତି । ଯେଉଁଥିରେ ତାଙ୍କ ସହ ଅଛନ୍ତି ସୁପରଷ୍ଟାର୍ ମାମୁଡ୍ଡୀ । ଅଞ୍ଜଳୀ ଉଭୟଙ୍କର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ।