୧୫ ଦିନ ହେବ ଗାଁରୁ ଗାଏବ ହେଉଥିଲେ ଜୀବଜନ୍ତୁ, ଯେତେବେଳେ ସତ୍ୟତା ଜଣାପଡିଲା ଉଡିଗଲା ଲୋକଙ୍କ ହୋଶ

108

ଝାରଖଣ୍ଡର ଜାମସେଦପୁର ନିକଟସ୍ଥ ଭୂତ ଗାଁରେ ଗତ କିଛି ଦିନରୁ ଗ୍ରାମବାସୀ ବହୁତ ଚିନ୍ତିତ ଥିଲେ । ଅଧିକାଂଶ ଜୀବ ଚାଷ ଜମିକୁ ଚରିବାକୁ ଯାଉଥିଲେ କିନ୍ତୁ ଫେରୁନଥିଲେ । ଗ୍ରାମବାସୀ ଏହାକୁ ଦୈବୀ ପ୍ରକୋପ ଭାବୁଥିଲେ ଓ ଏହି କଥାକୁ ନେଇ ବହୁତ ଡରିଯାଇଥିଲେ ମଧ୍ୟ । ଯେତେବେଳେ ତାଙ୍କୁ ସତ୍ୟତା ଜଣାପଡିଲା, ତାଙ୍କର ହୋଶ ଉଡିଗଲା ।

ପ୍ରକୃତରେ ଗାଁର ଜଣେ ବ୍ୟକ୍ତି ଯେତେବେଳେ ଏକ ଜନ୍ତୁକୁ ଜମିରେ ଛଟପଟ ହେଉଥିବା ଅବସ୍ଥାରେ ଦେଖିଥିଲେ । ତାକୁ ବଂଚାଇବା ପାଇଁ ଦୈାଡି କି ଯାଇଥିଲେ । ସେତେବେଳେ ସେ ଜମିରେ ୨୦ ଫୁଟ୍ ରୁ ବି ଲମ୍ବ ଅଜଗର ଥିଲା ଓ ଛେଳିର ଶିକାର କରୁଥିବା ଦେଖିବାକୁ ପାଇଥିଲେ । ସେ ବ୍ୟକ୍ତି ଜଣକ ଅନ୍ୟ ଲୋକଙ୍କୁ ବି ଏହାର ସୂଚନା ଦେଲେ ଓ ଚାଷ ଜମିରେ ଏକତ୍ରିତ ହୋଇ ଅଜଗରକୁ ଧରିଲେ । ଗ୍ରାମରେ ସବୁଠାରୁ ଅଧିକ ଖୁସିର କଥା ଏହା ଯେ ଗ୍ରାମବାସୀଙ୍କୁ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଡରିବାର ଆବଶ୍ୟକତା ନାହିଁ । ଗ୍ରାମବାସୀ ଅଜଗର ଧରିଥିବାରୁ ଏତେ ଖୁସି ଥିଲେ ଯେ ସମସ୍ତେ ଅଜଗରକୁ କାନ୍ଧରେ ରଖି ସାରା ଗାଁର ପରିକ୍ରମା କରିଥିଲେ ।