ଆନ୍ଧ୍ର-ପ୍ରଦେଶର ଗ୍ରାନାଇଟ ଖଣିରେ ବିସ୍ଫୋରୋଣ : ୧୨ ଶ୍ରମିକ ମୃତ, ୮ ଗୁରୁତର । ଉଦ୍ଧାର କାର୍ଯ୍ୟ ଜାରି

22

କନକ ବ୍ୟୁରୋ : ଗ୍ରାନାଇଡ କାରଖାନାରେ ବିସ୍ଫୋରୋଣ ହୋଇ ୧୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆନ୍ଧ୍ର ପ୍ରଦେଶ କୁର୍ନୋଲ ଜିଲ୍ଲାର ହାଥି ବେଲଗାଲ ଗ୍ରାମ ନିକଟରେ ଥିବା ଏକ ଗ୍ରାନାଇଟ୍ ଖଣିରେ ବିସ୍ଫୋରୋଣ ଯୋଗୁଁ ୧୨ ଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ବିସ୍ଫୋରୋଣରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖଣି ଅଂଚଳରେ ଥିବା ଏକ ଅସ୍ଥାୟୀ କ୍ୟାମ୍ପରେ ମହଜୁଦ୍ ଥିବା ଜିଲେଟିନ୍ ଅଚାନକ ବିସ୍ଫୋରଣ ଘଟିବାରୁ ୨୦ ଜଣ ଶ୍ରମିକ ଏହାର ଶିକାର ହୋଇଥିଲେ। ତେବେ ସମସ୍ତ ଶ୍ରମିକମାନେ ଓଡ଼ିଶା, ବିହାର ଓ ଛତିଶଗଡ଼ର ବୋଲି ଜଣାପଡ଼ିଛି। ବିସ୍ଫୋରୋଣ ପରେ ଏକ ଡିଜେଲ ବୋଝେଇ ଟ୍ରକ୍ ମଧ୍ୟ ଜଳି ଯାଇଥିବା ନିକଟସ୍ଥ ଗ୍ରାମବାସୀ ପ୍ରକାଶ କରିଛନ୍ତି। ମୃତକମାନଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ । ତେବେ ଘଟଣା ସମ୍ପର୍କରେ ଘବର ପାଇଲା ପରେ ପୋଲିସ, ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ତେବେ ପୋଲିସ ପ୍ରାଥମିକ ତଦନ୍ତରୁ କହିଛି ଯେ. ସମସ୍ତ ଶ୍ରମିକମାନେ ଖଣିରେ କାମ ସାରି ନିଜନିଜ ରହୁଥିବା ସ୍ଥାନକୁ ଫେରିଥିଲେ । ପରେ ସେମାନେ ରୋଷେଇ କାର୍ଯ୍ୟ ଆରମ୍ଭ କରିଥିଲେ । ସେହି ରୋଷେଇ ସମୟରେ ହିଁ ଏପରି ଭୟାନକ ବିସ୍ଫୋରୋଣ ହୋଇଥିଲା ଯେଉଁ ଥିରେ ୧୨ ଜଣ ଶ୍ରମିକଙ୍କ ଜୀବନ ଦୀପ ଲିଭିଯାଇଛି । ସମସ୍ତ ଶ୍ରମିକଙ୍କ ଶବର ବ୍ୟବଚ୍ଛେଦ ନିକଟସ୍ଥ ମେଡିକାଲରେ କରାଯାଉଛି ଏହାପରେ ସେମାନଙ୍କ ପରିବାରକୁ ମୁତ ଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।