ମାଟି ପାତ୍ରରେ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ !

98

ସମସ୍ତେ ଜାଣନ୍ତି ଆଜିର ସମୟରେ ବଜାରରେ ମିଳୁଥିବା ପରିବା ଶରୀର ପାଇଁ କେତେ ସ୍ୱାସ୍ଥ୍ୟକର । ପରିବା ଦେଖିବାକୁ ତଟକା ହେଲେ ମଧ୍ୟ ସେଥିରେ ବିଭିନ୍ନ ପ୍ରକାରର ସାର ତଥା କୀଟନାଶକ ମିଶୁଛି । କିନ୍ତୁ ଆମେ ସୁସ୍ଥ ରହିବା ପାଇଁ ହିଁ ଗ୍ରହଣ କରିଥାଉ , ଆଉ ଏହା ଜରୁରୀ ମଧ୍ୟ । ଡାକ୍ତର ଆମକୁ ମିନେରାଲ୍ସ, ଭିଟାମିନ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ମାତ୍ର କ’ଣ ଆପଣ ଜାଣନ୍ତି ଖାଦ୍ୟର ମାନ ଓ ଗୁଣ ବୃଦ୍ଧି କରିବାରେ ବାସନର ବିଶେଷ ଭୂମିକା ରହିଥାଏ ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପ୍ରେସର କୁକର ତଥା ଅନ୍ୟାନ୍ୟ ବାସନ ଅପେକ୍ଷା ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ଖାଧ୍ୟ ଶରୀର ପାଇଁ ଅଧିକ ସ୍ୱାସ୍ଥ୍ୟକର । ମାଟିପାତ୍ରର ଖାଦ୍ୟ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଖାଦ୍ୟ ଧିରେ ଧିରେ ପ୍ରସ୍ତୁତ ହେଲେ ତାହା ଶରୀର ପାଇଁ ଅଧିକ ଲାଭପ୍ରଦ । ମାତ୍ର ଅନ୍ୟାନ୍ୟ ବାସନରେ ପ୍ରସ୍ତୁତ ହେଉଥିବା ଖାଦ୍ୟରୁ ଅଧିକ ପ୍ରକାରର ପୋଷକ ତତ୍ତ୍ୱ ମିଳିପାରେନି । ମଣିଷ ଶରୀରକୁ ପ୍ରତିଦିନ ୧୮ ପ୍ରକାରର ପୋଷକ ତତ୍ତ୍ୱ ମିଳିବା କଥା, ଯାହା ଆମକୁ ମାଟିରୁ ହିଁ ମିଳିପାରିବ । ପ୍ରେସର କୁକର୍‌ ଆଲୁମିନିୟମର ଅଟେ ଓ ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ । ମାଟିପାତ୍ର ପ୍ରସ୍ତୁତ ଖାଦ୍ୟ ସୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥିବାରୁ ଆଜି ବି ମନ୍ଦିର ମାନଙ୍କରେ ଏହା ବ୍ୟବହୃତ ହୋଇଥାଏ ।

ମାଟିପାତ୍ର ଖାଦ୍ୟର ଅନ୍ୟାନ୍ୟ ଲାଭ –

– ମାଟିପାତ୍ରରେ ପ୍ରସ୍ତୁତ ଭୋଜନ ଶୀଘ୍ର ଖରାପ ହୁଏନି ।

– ମାଟିପାତ୍ରରେ ତିଆରି ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଓ ବାସ୍ନାଯୁକ୍ତ ହୋଇଥାଏ ।

– ମାଟିପାତ୍ରରେ ପ୍ରସ୍ତୁତ ଡାଲିରେ ନ୍ୟୁଟ୍ରିଏଣ୍ଟସ୍‌ ୧୦୦ ପ୍ରତିଶତ ଥିବା ବେଳେ ପ୍ରେସର କୁକର୍‌ ଡାଲିରେ ୮୭ ପ୍ରତିଶତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ।