ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଜିଲ୍ଲା କଣ୍ଟ୍ରୋଲ ରୁମରେ ଉପସ୍ଥିତି ରହିବେ ଏସପି ! ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ହେବ ନିର୍ବାଚନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଜିଲ୍ଲା କଣ୍ଟ୍ରୋଲ ରୁମରେ ଉପସ୍ଥିତି ରହିବେ ଏସପି

53
କନକ ବ୍ୟୁରୋ : ସମସ୍ତ ଜିଲ୍ଲାର ଏସପି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଦିନ କଣ୍ଟ୍ରୋଲ୍ ରୁମରେ ଉପସ୍ଥିତ ରହିବେ। ଓଡ଼ିଶା ପୁଲିସ୍ ଭାରପ୍ରାପ୍ତ ଡିଜି ବିଜୟ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହି ସମୟରେ ଏକାଧିକ ନେତା, ଭିଭିଆଇପି ମାନେ ଓଡ଼ିଶାକୁ ଆସିବେ। ତେଣୁ ନିର୍ବାଚନ ପ୍ରକ୍ରିୟାକୁ ପ୍ରଥମ ପର୍ଯ୍ୟାୟ ଭଳି ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ଡିଜିପି ଗୁରୁତ୍ବ ଦେଇଥିଲେ। ଏଥିପାଇଁ ପୁଲିସ୍ ମୁଖ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରେଞ୍ଜ ଆଇଜି, ଡିଆଇଜି ଓ ୧୧ ଜିଲ୍ଲାର ଏସପିମାନଙ୍କ ସହିତ ସେ ଆଲୋଚନା କରିଛନ୍ତି।

image courtesy – dbpost.com

ଏଥିସହିତ ପୁରୁଣା ଅପରାଧିଙ୍କୁ ଧରିବାକୁ ଜିଲ୍ଲାମାନଙ୍କୁ ଯେଉଁ ଟାର୍ଗେଟ ଦିଆଯାଇଥିଲା, ତାହା କେତେଦୂର ପୂରଣ ହୋଇଛି ତାହାକୁ ମଧ୍ୟ ତର୍ଜମା କରାଯାଇଥିଲା। ଏହାଛଡ଼ା ସିଏପିଏଫଙ୍କୁ ଠିକ୍ ଭାବେ ସହଯୋଗ କରିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଳିତ ଭାବେ ଜିଲ୍ଲାମାନଙ୍କ ପାଇଁ ଏକ ପୂର୍ଣ୍ଣ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ସିଏପିଏଫଙ୍କୁ ବୃହତ୍ ଆଇନ୍ଶୃଙ୍ଖଳା ପରିସ୍ଥିତି, ମୋବାଇଲ୍ ପାଟ୍ରୋଲି˚ ଓ ସମ୍ବେଦନଶୀଳ ବୁଥମାନଙ୍କରେ ନିୟୋଜିତ କରାଯିବ। ଏସବୁ ବାଦ୍ ଯଦି ଜିଲ୍ଲାମାନଙ୍କରେ ଅଧିକ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ଥାଏ ତାହେଲେ ଅତିରିକ୍ତ ଡିଜି (ଆଇନ୍ ଶୃଙ୍ଖଳା) ଓ ଅତିରିକ୍ତ ଡିଜି (ଅପରେସନ୍)ଙ୍କୁ ତୁରନ୍ତ ଜଣାଇବାକୁ କୁହାଯାଇଛି। ଜିଲ୍ଲା ମୁଖ୍ୟାଳୟମାନଙ୍କରେ ଏକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ସେଥିରେ ଜିଲ୍ଲା ପୁଲିସ୍ ରାଜସ୍ବ ଅଧିକାରୀମାନେ ସାମିଲ ରହିବେ। ଭୋଟଗ୍ରହଣ ଦିନ ଏସପିମାନେ ବ୍ୟକ୍ତିଗତ ଭାବେ କଣ୍ଟ୍ରୋଲ ରୁମରେ ଉପସ୍ଥିତ ରହିବାକୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ମତାମତ

Your email address will not be published.