ବାୟୁ ପ୍ରଦୂଷଣରେ ଭାରତରେ ୧.୨ ଲକ୍ଷ ଲୋକଙ୍କ ଯାଇଛି ଜୀବନ !

ବାୟୁ ପ୍ରଦୂଷଣ ତମାଖୁଠାରୁ ଅଧିକ କ୍ଷତିକାରକ

82

କନକ ବ୍ୟୁରୋ : ଭାରତରେ ଯେପରି ଭାବରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି ତାହା ତମାଖୁଠାରୁ ଅଧିକ କ୍ଷତିକାରକ । ପୂର୍ବ ବର୍ଷ ତମାଖୁ ତୁଳନାରେ ବାୟୁ ପ୍ରଦୂଷଣରେ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରତି ୮ ଜଣରେ ଜଣେ ବ୍ୟକ୍ତି ବାୟୁ ପ୍ରଦୂଷଣରେ ଆକ୍ରାନ୍ତ ବୋଲି ସୂଚନା ମିଳିଛି । ଭାରତୀୟ କାଉନସିଲ ମେଡିକାଲ ଓ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଏପରି ତଥ୍ୟ ସାମନାକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୨୦୧୭ ମସିହାରେ ୧୨.୪ ଲକ୍ଷ ଲୋକ ବାୟୁ ପ୍ରଦୂଷଣରେ ପ୍ରାଣ ହରାଇଥିଲେ ।

 

କେବଳ ଏତିକି ନୁହେଁ ବରଂ ଦୁନିଆରେ ୧୮ ପ୍ରତିଶତ ଲୋକ କେବଳ ପ୍ରଦୂଷଣ ପାଇଁ ଅଳ୍ପ ବୟସରେ ପ୍ରାଣ ତ୍ୟାଗ କରନ୍ତି କିମ୍ବା ମାରାତ୍ମକ ରୋଗରେ ପୀଡିତ ହୁଅନ୍ତି । ପୂର୍ବ ବର୍ଷ ବାୟୁ ପ୍ରଦୂଷଣ ଯୋଗୁଁ ୧୨.୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଅର୍ଧାଧିକ ଲୋକଙ୍କ ବୟସ ୭୦ ବର୍ଷଠାରୁ କମ ଥିଲା ବୋଲି ସୂଚନା ମିଳିଛି ।

 

ଏହାସହ ଉତ୍ତର ଭାରତରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି ବୋଲି ସୂଚନା ମିଳିଛି । ତେବେ ଏପରି ଭାବରେ ପ୍ରଦୂଷଣର ମାତ୍ରା ବଢୁଥିବାରୁ ଲୋକମାନେ ମଧ୍ୟ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ ବେଳ ଥାଉ ଥାଉ ପରିସ୍ଥତିରେ ସୁଧାର ମଆସିଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଅନେକ ପରିବେଶ ବିତ ନିଜର ପ୍ରତିକ୍ରିୟାରେ କହିଛନ୍ତି ।