ଖେଳର ବାର୍ତ୍ତା ପ୍ରଚାର କରୁଛି ମାସ୍କଟ ଓଲି : ୪ ଦିନ ପରେ ଭୁବନେଶ୍ୱରରେ ଆରମ୍ଭ ହେବ ୨୨ତମ ଏସିଆନ୍ ଆଥେଲେଟିକ୍ସ ମିଟ୍ସ

55

କନକ ବ୍ୟୁରୋ : ଓଲି- ଏସିଆନ୍ ଆଥେଲେଟିକ୍ ଚାମ୍ପିଅନସିପ ମାସ୍କଟର । ଏବେ ସାରା ରାଜଧାନୀରେ ଓଲିର କ୍ରେଜ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହାକୁ ସ୍ୱାଗତ କରିବା ଭବ୍ୟ ବ୍ୟବସ୍ଥା । ନାଚ ଗୀତର ଆସରରେ ପିଲାଙ୍କ ସହ ଝୁମୁଛି ଓଲି । ୨୨ତମ ଏସିଆନ ଆଥେଲେଟିକ୍ ମିଟ୍ସର ପ୍ରତୀକ ଭାବେ ଓଡ଼ିଶା ଉପକୂଳରେ ସମୂହ ଅଣ୍ଡାଦାନ କରୁଥିବା ଅଲିଭ ରିଡଲେ କଇଁଛର ରୂପ ହେଉଛି ଓଲି । ରାଜଧାନୀରେ ଏବେ ଘୂରିବୁଲୁଛି ଓଲି । ଏହାକୁ ପାଇଲେ ଖୁସିଲେ ତାସହ ଫଟୋ ଉଠାଇବାକୁ ପଛାଉନାହାଁନ୍ତି କେହି ।

ଚଳଚଂଚଳ ଥିବା ଏହି ଓଲି ଭିତରେ ରହିଥାନ୍ତି ଜଣେ ମଣିଷ । ସୋଲ ଓ ଫୋମରେ ତିଆରି ଖୋଳ ଭିତରେ ସେ ରହନ୍ତି । ଓଲିର ସବୁ ଅଂଶ କଢା ହୋଇପାରିବ । ତେବେ ସବୁକୁ ଏକାଠି ଯୋଡ଼ି ଏହି ମାସ୍କଟ ପ୍ରସ୍ତୁତ ହୁଏ ।ମାସ୍କଟ ଓଲି ଏବେ ଓଡ଼ିଶାକୁ ସାରା ବିଶ୍ୱରେ ପରିଚିତ କରୁଛି । ଓଡ଼ିଶାର ଗର୍ବ କୁହାଯାଉଥିବା ଓଲିଭ ରିଡଲେର ସୁରକ୍ଷା ପାଇଁ ଓଲି ବିଶ୍ୱରେ ବାର୍ତ୍ତା ଦେବ ବୋଲି ସମସ୍ତଙ୍କ ଆଶା ।