ଟ୍ରାଫିକ ନିୟମକୁ ଅଣଦେଖା କରି ଅଡୁଆରେ ଉଦିତଙ୍କ ପୁଅ ଆଦିତ୍ୟ : ମୁମ୍ବାଇରେ ଗିରଫ ପରେ ବେଲ୍, ଗାୟକଙ୍କ କାର ଅଟୋକୁ ଦେଇଥିଲା ଧକ୍କା

27

କନକ ବ୍ୟୁରୋ : କଣ୍ଠଶିଳ୍ପୀ ଉଦିତ୍ ନାରାଣୟଙ୍କ ପୁଅ ଆଦିତ୍ୟନାରାୟଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଗିରଫର କିଛି ସମୟ ପରେ ଥାନାରୁ ମୁକୁଳି ଯାଇଛନ୍ତି ଆଦିତ୍ୟ । ତେବେ ଆଦିତ୍ୟଙ୍କୁ ଜାମିନ ମିଳିବା ପରେ ମୁମ୍ବାଇ ପୋଲିସ ତାଙ୍କୁ ଛାଡି ଦେଇଛି । ସୁଚନା ଅନୁସାରେ ଆଦିତ୍ୟ ଟ୍ରାଫିକ ନିୟମ ଉଲ୍ଳଂଘନ କରିବା ଅଭିଯୋଗରେ ତାଙ୍କୁ ମୁମ୍ବାଇର ଭେରସୋଭା ପୋଲିସ ଗିରଫ କରିଥିଲା । ଆଦିତ୍ୟ ତାଙ୍କର ଗାଡ଼ିକୁ ଏକ ଅଟୋରିକ୍ସା ସହ ଦୁର୍ଘଟଣା ଘଟାଇବା ଦ୍ୱାରା ଅଟୋ ଡ୍ରାଇଭର ଏବଂ ଅଟୋରେ ଥିବା କିଛି ଯାତ୍ରୀ ଆହତ ହୋଇଥିଲେ । ଏନେଇ ଥାନାରେ ମାମଲା ରୁଜୁହେବା ପରେ ଆଦିତ୍ୟଙ୍କୁ ପୋଲିସ ଗିରଫ କରି ତାଙ୍କର ମେଡ଼ିକାଲ ଯାଂଚ କରାଇଥିଲା । ତେବେ ୧୦ହଜାର ଟଙ୍କା ମୁଚାଲିକାରେ ଆଦିତ୍ୟଙ୍କୁ ଜାମିନ ପ୍ରଦାନ କରାଯାଇଛି ।