ନିଦାସ ତ୍ରିରାଷ୍ଟ୍ରୀୟ ଟି-୨୦ ଟୁର୍ଣ୍ଣାମେଂଟ ଟିମ ଇଣ୍ଡିଆର ଫାଇନାଲ ରାସ୍ତା ସହଜ : ଚମକପ୍ରଦ ବିଜୟ ଭେଟିଦେଲେ ଭାରତୀୟ ଯୁବବାହିନୀ, ଶାର୍ଦ୍ଦୁଳ ଠାକୁର ମ୍ୟାନ ଅଫ ଦ ମ୍ୟାଚ

25

କନକ ବ୍ୟୁରୋ : ନିଦାସ ତ୍ରି-ରାଷ୍ଟ୍ରୀୟ ଟି-୨୦ ଟୁର୍ଣ୍ଣାମେଂଟରେ ସୋମବାର ଶ୍ରୀଲଙ୍କାକୁ ୬ ୱିକେଟର ହରାଇଲା ଭାରତ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୫୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ମାତ୍ର ୪ ୱିକେଟ ହରାଇ ଟିମ ଇଣ୍ଡିଆ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ବରିଷ୍ଠ ଖେଳାଳିଙ୍କ ବିଫଳତା ପରେ ଅନଭିଜ୍ଞ ଯୁବ ଖେଳାଳିମାନେ ବିଜୟ ଭେଟିଦେବା ଚମକପ୍ରଦ ଥିଲା । ୪ ୱିକେଟ ନେଇଥିବା ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ମ୍ୟାନ ଅଫଦ ମ୍ୟାଚ ଘୋଷଣା କରାଯାଇଛି ।