କାଷ୍ଟିଂ କାଉଚ୍ ବ୍ଳାକ୍ ମେଲିଂ ପ୍ରସଙ୍ଗରେ ନୂଆ ମୋଡ : ରାଜେଶ ପତିଙ୍କ ନାଁରେ ପାଲଟା ଅଭିଯୋଗ କଲେ ଅଭିନେତ୍ରୀ ଉପାସନା

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାଷ୍ଟିଂ କାଉଚ ବ୍ଲାକମେଲିଂ ପ୍ରସଙ୍ଗରେ ନୂଆମୋଡ । ଅଭିନେତ୍ରୀ ଉପାସନା ମହାନ୍ତି ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ପ୍ରଯୋଜକଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ସେ ମାମଲା ରୁଜୁ କରିଛନ୍ତି । ରାଜେଶ ପତି ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଥିବା ସେ କହିଛନ୍ତି । ଫିଲ୍ମ ପାଇଁ ଦେଢ ଲକ୍ଷ ଟଙ୍କା ଦେବାର ଥିଲା । ୩୦ ହଜାର ଟଙ୍କା ଚେକରେ ଦେଇଥିବା ସେ କହିଛନ୍ତି । ଏହା ସହ ପ୍ରଯୋଜକ ରାଜେଶ ପତି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏପରିକି ଡିସ୍କୋ ଯିବା ପାଇଁ ବାଧ୍ୟ କରିବା ସହ ସେଟରେ ଦୁର୍ବ୍ୟବହାର କରିଥିବା ଉପାସନା ଅଭିଯୋଗ କରିଛନ୍ତି। ପ୍ରଥମେ ରାଜେଶ ପତି ହତ୍ୟା ଧମକ ଦେବା ସହ କାଷ୍ଟିଂ କାଉଚ୍ ମାମଲାରେ ଉପାସନା ତାଙ୍କୁ ଫସାଇବା ପାଇଁ ଧମକ ଦେଇଥିବା ଗଣମାଧ୍ୟମ ଆଗରେ କହିଥିଲେ ରାଜେଶ ପତି । ଏପରିକି ଏହି ଘଟଣା ନେଇ ଭୁବନେଶ୍ୱର ଏୟାର ଫିଲ୍ଡ ଥାନାରେ ଏକାଧିକ ଥର ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରି ନଥିବା ରାଜେଶ କହିଥିଲେ।