ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ଆହତ । ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଜାଭେଦ ଅଖତର

477

କନକ ବ୍ୟୁରୋ: ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ଆହତ । ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌-ୱେରେ ଶନିବାର ଅପରାହ୍ଣରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଅଶୀ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛି । ଉଭୟଙ୍କୁ ନଭି ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶବାନାଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିଲା । ସେହି କାରରେ ଶବାନାଙ୍କ ସ୍ବାମୀ ଜାଭେଦ୍‌ ଅଖତର ବି ବସିଥିଲେ ।

ପୁଲିସସୁତ୍ରରୁ ପ୍ରକାଶ ଯେ ମୁମ୍ବାଇରୁ ୬୦ କିଲୋମିଟର ଦୂର ଖାଲାପୁରଠାରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଏହି ଦୁର୍ଘଟଣା ହୋଇଥିଲା । ଶବାନା ଯେଉଁ କାରରେ ଯାତ୍ରା କରୁଥିଲେ ସେହି କାରଟି ଯାଇ ଏକ ଟ୍ରକରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା । ଆହତ ଶବାନାଙ୍କୁ ନଭି ମୁମ୍ବାଇର ଏମଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।