ଅନୁଭବ ମହାନ୍ତିଙ୍କ ମୁଣ୍ଡରେ ବାଜିଲା ଗୁଳି ! ପଢନ୍ତୁ କିଭଳି ଘଟିଲା ଏଭଳି ଅଘଟଣ

42

କନକ ବ୍ୟୁରୋ : ଅନୁଭବ ମହାନ୍ତିଙ୍କ ମୁଣ୍ଡରେ ବାଜିଲା ଗୁଳି । କଟକ ବାଦାମବାଡି ଅଞ୍ଚଳରେ ଏଭଳି ଘଟଣା ଘଟିଛି ।ପରେ ତାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । କିନ୍ତୁ ଆଶ୍ଚଯ୍ୟ ହୁଅନ୍ତୁ ନାହିଁ ଏ ଅନୁଭବ ମହାନ୍ତି ଫିଲ୍ମଷ୍ଟାର ନୁହଁନ୍ତି । ଏ ଅନୁଭବ ମହାନ୍ତି ହେଉଛନ୍ତି ଜଣେ ୧୨ ବର୍ଷର ବାଳକ । ସର୍ଭିସ ରିଭଲଭରରେ ଖେଳୁଥିବା ବେଳେ ଗୁଳି ଫୁଟିବା ଦ୍ୱାରା ଅନୁଭବ ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି ।

6ଶନିବାର ସମୟ ପ୍ରାୟ ୧୨ଟା । ହାଇକୋର୍ଟ କଲୋନୀରୁ ହଠାତ ଶୁଭିଲା ଗୁଳିର ଶବ୍ଦ । କିଛି ଅଘଟଣ ହୋଇଥିବା ସନ୍ଦେହ କରି ସମସ୍ତେ ଧାଇଁଥିଲେ ଘଟଣାସ୍ଥଳକୁ । କିନ୍ତୁ ସେଠାରେ ଯାହା ଦେଖିଲେ ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ ।୧୨ ବର୍ଷିୟ ଅନୁଭବ ମହାନ୍ତିଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ରିପୋର୍ଟ ଅନୁଯାୟୀ, ଅନୁଭବ ନିଜ ସାଙ୍ଗ ପୀୟୂଷଙ୍କ ସହ ବିଏସଏଫ ଯବାନଙ୍କ ସର୍ଭିସ ରିଭଲଭର ଧରି ଖେଳୁଥିଲେ । କିନ୍ତୁ ଭୂଲବସତଃ ବନ୍ଧୁକରୁ ଗୁଳି ଫୁଟିଥିଲା ଏବଂ ଗୁରୁତର ଭାବେ ସେ ଆହତ ହୋଇଥିଲେ । ପୋଲିସର ଖୋଳତାଡ ପରେ ଜଣାପଡିଥିଲା ବନ୍ଧୁକଟି ପୀୟୂଷଙ୍କ ବାପା ସୁଶାନ୍ତ ପାତ୍ରଙ୍କର । ସେ ଜଣେ ବିଏସଏଫ ଯବାନ । ତେବେ ଏହି ଘଟଣା ପରେ ବାଦାମବାଡି ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି ।