ଆମୀରଙ୍କ ସ୍ଥାନରେ ସଂଜୟ ! ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ଫିଲ୍ମ ‘ ସାରେ ଜହାଁ ସେ ଆଚ୍ଛା’

31

ବଲିଉଡରେ ଏହା ନୂଆ କଥା ନୁହେଁ କି କୈାଣସି ଫିଲ୍ମ ଲାଗି ପ୍ରଥମେ ଜଣେ ନାୟକଙ୍କୁ ଚୟନ କରାଯାଇଥିବ ଏବଂ ପରେ ଆଉ ଜଣଙ୍କୁ ତାଙ୍କ ସ୍ଥାନରେ ନିଆଯିବ । ପୁନଶ୍ଚ ଏପରି ଘଟଣା ନିକଟରେ ଘଟିଛି । ପ୍ରଥମେ ଫିଲ୍ମ ଲାଗି ଆମୀର ଖାଁଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଏବେ ତାଙ୍କୁ ଆଉଟ୍ କରାଯାଇ ତାଙ୍କ ସ୍ଥାନରେ ନିଆଯାଇଛି ସଂଜୟ ଦତ୍ତଙ୍କୁ ।

ସୂଚନାନୁଯାୟୀ , ପ୍ରଯୋଜକ ସିଦ୍ଧାର୍ଥ ରୟ କପୁର ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ‘ ସାରେ ଜହାଁ ସେ ଆଚ୍ଛା’ । ଏହି ଫିଲ୍ମ ଲାଗି ସିଦ୍ଧାର୍ଥ ପ୍ରଥମେ ଅଫର୍ ଦେଇଥିଲେ ଆମୀର ଖାଁଙ୍କୁ । କିଛିଦିନ ଧରି ଏ ଖବର ଖୁବ୍ ଚର୍ଚ୍ଚାରେ ରହିଥିଲା । ଏପରିକି ଫିଲ୍ମରେ ଆମୀରଙ୍କ ବିପକ୍ଷରେ ଫାତିମା ସନା ଶେଖ୍ ରହିବେ ବୋଲି ମଧ୍ୟ ଚର୍ଚ୍ଚା କରାଯାଉଥିଲା । କିନ୍ତୁ ଏବେ ସବୁକିଛି ଓଲଟପାଲଟ ହୋଇଯାଇଛି ।

ନିକଟରେ ଏହା ଘୋଷଣା କରାଯାଇଛି କି ଫିଲ୍ମରେ ଆମୀର ନୁହେଁ ସଂଜୟ ନିଭାଇବେ ରାକେଶଙ୍କ ଭୂମିକା । ତେବେ ଏହା ପଛର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ଫିଲ୍ମ ସହ ଜଡ଼ିତ ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି କି ଫିଲ୍ମରୁ ଆମୀରଙ୍କୁ ବାହାର କରି ଦିଆଯାଇନାହିଁ ବରଂ ସେ ନିଜେ ଫିଲ୍ମ ଛାଡି ଦେଇଛନ୍ତି । ଏହି ସୂଚନା ପଛରେ କେତେ ସତ ରହିଛି ତାହା କେବଳ ପ୍ରଯୋଜକ ଓ ଆମୀରଙ୍କୁ ହିଁ ଜଣା ।