ରିଲ୍ ପାଇଁ ରିୟଲ୍ ଲୁକ୍ ! ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ ପାଇଁ ନାକ ଓ କାନ ଫୋଡାଇଲେ ଆମୀର୍

40

ମିଷ୍ଟର୍ ପରଫେକ୍ଟନିଷ୍ଟ୍ ଆମୀର୍ ଖାନ୍ । ରିଲରେ ନିଜ ଚରିତ୍ରକୁ ସଂପୂର୍ଣ୍ଣ ଜୀବନ୍ତ କରିବାକୁ ଆମୀର୍ ରିୟଲରେ କରିଥାନ୍ତି ଅନେକ ପରିଶ୍ରମ । ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ସୁପରହିଟ୍ ସିନେମା ‘ଦଙ୍ଗଲ’ରେ । ଆଉ ଏବେ ପୁଣି ଥରେ ଆମୀର୍ ନିଜ ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ର ନୂଆ ଅବତାର ପାଇଁ ଚର୍ଚ୍ଚାରେ ।

ସିନେମାରେ ରିୟଲ୍ ଲୁକ୍ ଆଣିବା ପାଇଁ ନିଜ ନାକ ଏବଂ କାନ ଫୋଡାଇଛନ୍ତି ମିଷ୍ଟର୍ ପରଫେକ୍ଟନିଷ୍ଟ୍ । ତେବେ ଶୁଣିବାକୁ ମିଳିଛି ନାକ, କାନ ଫୋଡାଇବା ପରେ କଷ୍ଟରେ ଅନେକ ରାତି ଅନିଦ୍ରାରେ କଟାଇଛନ୍ତି ଆମୀର୍ । ଏପରିକି କେହି ଯଦି ଭୁଲ୍ ବଶତଃ ଛୁଇଁ ଦିଏ ତେବେ ସେ କଷ୍ଟରେ ଛଟପଟ ହୋଇଉଠନ୍ତି । ତେବେ କଷ୍ଟ ହେବା ଜାଣି ମଧ୍ୟ ନିଜ ଚରିତ୍ରକୁ ନ୍ୟାୟ ଦେବା ପାଇଁ ଆମୀର୍ ଏହି ପଦକ୍ଷେପ ନେଇଛନ୍ତି ।

ବଲିଉଡର ଏକ ଐତିହାସିକ ସିନେମା ହେଉଛି ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ । କାରଣ ଏଥିରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ଦୁଇ ସୁପରଷ୍ଟାର୍ ଅମିତାଭ୍ ବଚ୍ଚନ ଏବଂ ଆମୀର୍ ଖାନ୍ । ସିନେମାକୁ ଦେଖିବା ପାଇଁ ନା କେବଳ ଦର୍ଶକ ବରଂ ପୁରା ବି ଟାଉନ୍ ଅପେକ୍ଷା କରିଛି ।