ପଞ୍ଚାୟତିରାଜ ବିଭାଗରେ ନିଯୁକ୍ତି ସୁଯୋଗ ! ୯୦୮ଟି କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି

314

କନକ ବ୍ୟୁରୋ : ପଞ୍ଚାୟତିରାଜ ବିଭାଗରେ କିଛି ପଦବି ସୃଷ୍ଟି କରିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କାରଣ ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ଅଧିକ ଯନ୍ତ୍ରୀ ଦରକାର ପଡ଼ୁଥିଲେ । ତେବେ ପଦବୀ ପୂରଣ ହେବାପରେ ଉନ୍ନୟନ୍ନମୂଳକ କାର୍ଯ୍ୟ ଗୁଡ଼ିକ ସଠିକ ସମମୟରେ ହୋଇପାରିବ ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବିଭାଗରେ ୯୦୮ଟି କନିଷ୍ଠ ଯନ୍ତ୍ରୀ ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି । ‘ଆମ ଗାଁ ଆମ ବିକାଶ’ କାର‌୍ୟ୍ୟକ୍ରମ ଓ ଅନ୍ୟାନ୍ୟ ବ୍ଲକସ୍ତରୀୟ ଯୋଜନାର କାର୍ଯ୍ୟକାରୀତା ପାଇଁ ଅଧିକ ସଂଖ୍ୟକ କନିଷ୍ଠ ଯନ୍ତ୍ରୀ ଆବଶ୍ୟକ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ୯୦୮ଟି ପଦବିକୁ ମିଶାଇ ପଞ୍ଚାୟତିରାଜ ବିଭାଗରେ ମୋଟ କନିଷ୍ଠ ଯନ୍ତ୍ରୀଙ୍କ ସଂଖ୍ୟା ୧୭୬୧ରେ ପହଞ୍ଚିଛି ।