ବେଆଇନ ଭାବେ ବିଦେଶୀଙ୍କୁ ରହିବାରେ କରୁଥିଲେ ସହାୟତା, ୮ ଭାରତୀୟ ଛାତ୍ର ଗିରଫ

117

ନକଲି ବିଶ୍ୱ ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇଥିବା ଅଭିଯୋଗରେ ୮ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦାସଂସ୍ଥା ଦ୍ୱାରା ଗିରଫ କରାଯିବା ପରେ ଭାରତରୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀ ଅପରାଧିକ ମାମଲାରେ ସମ୍ମୁଖୀନ ହୋଇଛନ୍ତି ।

 

ବିଦ୍ୟାର୍ଥୀ ଭିସାର ଅପବ୍ୟବହାର କରି ଆମେରିକାରେ ରହି କାମ କରିବାକୁ ଅଯୋଗ୍ୟ ବିବେଚିତ ବିଦେଶୀମାନଙ୍କୁ ସାହାଯ୍ୟ କରୁଥିବା ରାକେଟମାନଙ୍କୁ ଧରିବା ନିମନ୍ତେ ଚଢ଼ାଉ କରାଯାଇଥିଲା। ୮ଜଣ ଗିରଫ ହୋଇଥିବା କଥା ମିସିଗାନ୍ ଶାଖାର ଆଇନ ବିଭାଗ ଘୋଷଣା କରିଛି। ସେମାନେ ଭାରତୀୟ ନାଗରିକ।

ମିସିଗାନ୍ ଷ୍ଟେଟ୍ ଠାରେ ସଂସ୍ଥାପିତ ୟୁନିଭର୍ସିଟି ଅଫ୍ ଫାର୍ମିଙ୍ଗଟନ୍ ନାମକ ନକଲି ପ୍ରତିଷ୍ଠାନରେ ବହୁ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ସେମାନଙ୍କୁ ମଧ୍ୟ ଡିପାର୍ଟମେଣ୍ଟ୍ ଅଫ୍ ହୋମଲାଣ୍ଡ୍ ସିକ୍ୟୁରିଟି ଏବଂ ଇମିଗ୍ରେସନ୍ ଆଣ୍ଡ୍ କଷ୍ଟମ୍ସ ଏନଫୋର୍ସମେଣ୍ଟ୍ ହାଜତକୁ ନେଇଛନ୍ତି । ସେମାନଙ୍କ ସଂଖ୍ୟା ୨୦୦ ହୋଇପାରେ। ପ୍ରାୟ ୬୦୦ ଛାତ୍ରଛାତ୍ରୀ ସେଠାରେ ନାମ ଲେଖାଇଥିବା କୁହାଯାଉଛି । ସମସ୍ତଙ୍କ ନାମ ଅପରାଧିକ ମାମଲା ରୁଜୁ ହେବ ଏବଂ କେତେକଙ୍କୁ ଜେଲ୍ ଦଣ୍ଡ ବି ଭୋଗିବାକୁ ପଡ଼ିପାରେ।