ଭାଲେଣ୍ଟାଇନ୍ ଡେ’ ରେ ନିଲାମ ହେବ ୭୨ ବର୍ଷ ପୂର୍ବେ ମହାକାଶରୁ ଖସିଥିବା ଉଲକାପିଣ୍ଡ । ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

152

୭୨ ବର୍ଷ ପୂର୍ବେ ମହାକାଶରୁ ଖସିଥିବା ଉଲକା ପିଣ୍ଡକୁ ଭାଲେଣ୍ଟାଇନ୍ ଡେ’ ରେ ନିଲାମ କରାଯାଇପାରେ । ଏହି ଉଲକାପିଣ୍ଡ ହୃଦୟ ଆକାରର ଅଛି । ବ୍ରିଟିଶ୍ ନିଲାମ ଘର ଏହି ବିଶେଷ ଦିନରେ ହାର୍ଟ ଆକାରର ଏହି ଉଲକାପିଣ୍ଡର ଅନଲାଇନ୍ ନିଲାମ କରିବାକୁ ଯାଉଛି । କୁହାଯାଉଛି କି, ଏହାର ମୂଲ୍ୟ ଏହାର ଓଜନ ଆଧାରରେ ନିର୍ଦ୍ଧାରିତ କରାଯିବ ।

ସୂଚନାଯୋଗ୍ୟ, ଭାଲେଣ୍ଟାଇନ୍ ଡେ’ ର ଗୋଟିଏ ଦିନ ପୂର୍ବରୁ ୧୨ ଫେବୃୟାରୀ, ୧୯୪୭ରେ ଏହି ଉଲକାପିଣ୍ଡ ସାଇବେରିଆରେ ପଡିଥିଲା । ଏହାକୁ ହାର୍ଟ ଅଫ୍ ସ୍ପେଶର ନାଁ ଦିଆଯାଇଛି । ଏହି ଉଲକାପିଣ୍ଡର ନିଲାମ ୬ ଫେବୃୟାରୀରେ ଆରମ୍ଭ ହୋଇ ୧୪ ଫେବୃୟାରୀରେ ଶେଷ ହେବ । ନିଲାମ ଘରକୁ ହୃଦୟ ଆକାରର ଏହି ଉଲକାପିଣ୍ଡକୁ ୩ରୁ ୫ ଲକ୍ଷ ଡଲାରରେ ବିକ୍ରିର ଅନୁମାନ ଲଗାଯାଉଛି ।

କେମିତି ନିର୍ଦ୍ଧାରିତ ହେବ ଉଲକାପିଣ୍ଡର ମୂଲ୍ୟ ?

• ଉଲକାପିଣ୍ଡର ମୂଲ୍ୟ ତାହାର ଓଜନରୁ ନିର୍ଦ୍ଧାରିତ ହୋଇଥାଏ ।

• ନିଲାମ ପାଇଁ ୪ଟି ଜିନିଷକୁ ବିଶେଷ ଭାବେ ଧ୍ୟାନ ଦିଆଯିବ, ଯେମିତିି- ଆକାର, ରଙ୍ଗ, ଓଜନ ଓ ଉଲକାପିଣ୍ଡ ସହିତ ଜଡିତ କାହାଣୀ

• ଯଦି ଉଲକାପିଣ୍ଡ କୌଣସି ବିଶେଷ ଗ୍ରହ କିମ୍ବା ଧୁମକେତୁର ଅଂଶ, ତେବେ ତାହାର ମୂଲ୍ୟ ବହୁତ ବଢ଼ିଯିବ ।