ଘରେ ବସି ସରକାରଙ୍କ ପାଇଁ କରନ୍ତୁ ଏହି କାମ । ସ୍ୱତନ୍ତ୍ର ପରିଚୟ ସହ ପ୍ରତିମାସ ମିଳିବ ୧୦ ହଜାର ଟଙ୍କାରୁ ଅଧିକ ଦରମା

1,233

ଇଂଟରନେଟ୍ ଆସିବା ଦ୍ୱାରା ଘରେ ବସି ଅନଲାଇନ ଜରିଆରେ ରୋଜଗାର କରିବାର ଅନେକ ସୁଯୋଗ ମିଳୁଛି । କେଉଁଠି ଆପଣ କ୍ଲିକ କରି ତ ପୁଣି କେଉଁଠି ଆପଣ ଅନଲାଇନ ବିଜ୍ଞାପନ ଦେଖି ବି କିଛି ଟଙ୍କା ରୋଜଗାର କରିପାରିବେ । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ସୁଯୋଗ ସଂପର୍କରେ ଜଣାଇବୁ, ଯାହାଦ୍ୱାରା ଆପଣ ଘରେ ବସି ହିଁ ଭାରତ ସରକାରଙ୍କ ପାଇଁ କାମ କରିପାରିବେ । ଭାରତକୁ ଡିଜିଟାଲ ଭାବେ ଗଢିତୋଳିବାକୁ ସର୍ବଦା ପ୍ରୟାସରତ ମୋଦି ସରକାର ଏଭଳି ଏକ ଇନିସିଏଟିଭର ଶୁଭାରମ୍ଭ କରିଛନ୍ତି,ଯାହାଦ୍ୱାରା ଆପଣ ନା କେବଳ ପ୍ରତିମାସ ହଜାର ହଜାର ଟଙ୍କା ରୋଜଗାର କରିପାରିବେ ବରଂ ଏହା ଜରିଆରେ ଆପଣ ରାଷ୍ଟ୍ର ନିର୍ମାଣରେ ବି ସରକାରଙ୍କୁ ପୂରା ସହଯୋଗ କରିପାରିବେ ।

ଇଙ୍ଗ କଥା ହେଲା, ଏଥିପାଇଁ ଆପଣଙ୍କୁ ନା କୌଣସି ଇନଭେଷ୍ଟମେଂଟ ଏବଂ ନା ହିଁ କୌଣସି ଜଟିଳ ପ୍ରକ୍ରିୟା ଦେଇ ଗତିକରିବାକୁ ପଡିବ । ତେବେ ସରକାରଙ୍କ ସହ ଏହି କାମ କରିବାକୁ ହେଲେ ଆପଣଙ୍କୁ କେବଳ ଇଂଟରନେଟ କନେକ୍ସନ ଏବଂ ଟାଇପିଂ ଶିଖିଥିବା ଦରକାର । ଏଠାରେ ଆମେ ଆପଣଙ୍କୁ ପର୍ଯ୍ୟାୟକ୍ରମେ ଜଣାଇବୁ କି କିଭଳି ଆପଣ ଘରେ ବସି ସରକାରଙ୍କ ସହ ମିଶି ଏହି କାମ କରିପାରିବେ । ଏହାବ୍ୟତୀତ ଜାଣନ୍ତୁ କି କିଭଳି ଆପଣ ପ୍ରତିମାସ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା..

ସରକାରଙ୍କ ପାଇଁ କରିବାକୁ ହେବ ଏହି କାମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଲା ପ୍ରତିଟି କାମକୁ ଡିଜିଟାଲାଇଜଡ କରିବା । ଏଥିପାଇଁ କେନ୍ଦ୍ର ସରକାର ବର୍ଷ ବର୍ଷ ଧରି ପଡି ରହିଥିବା ଲକ୍ଷାଧିକ ସରକାରୀ ଫାଇଲଗୁୁଡକୁ ବି ଡିଜିଟାଲ ରୂପରେ ଦେବାକୁ ଆରମ୍ଭ କରିଦେଲେଣି ।

ଆପଣଙ୍କୁ ସରକାରଙ୍କ ପାଇଁ ଡାଟା ଏଂଟ୍ରିର କାମ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ https://digitizeindia.gov.in/ରେ ନିଜର ନାମକୁ ରେଜିଷ୍ଟର୍ଡ କରିବାକୁ ହେବ । ଏହାପରେ ଆପଣଙ୍କର କାମ ଆରମ୍ଭ ହୋଇଯିବ । ସୂଚନା ମୁତାବକ, ସରକାର ଲକ୍ଷାଧିକ ସରକାରୀ ଫାଇଲଗୁଡିକୁ ସ୍କାନ କରିଛନ୍ତି । ଏବେ ଏହି ସବୁ ଫାଇଲଗୁଡିକର କଂଟେଂଟକୁ ଡିଜିଟାଲ ରୂପ ଦେବା ପାଇଁ ସରକାର ସାଧାରଣ ଲୋକଙ୍କର ସହାୟତା ଲୋଡିବା ସହିତ ରୋଜଗାରର ସୁଯୋଗ ମଧ୍ୟ ଦେଉଛନ୍ତି ।

ରେଜିଷ୍ଟର୍ଡ ପ୍ରୋସେସ ସହିତ କିଭଳି କାମ କରିବାକୁ ପଡିବ

ଡିଜିଟାଲ ଇଣ୍ଡିଆର ସାଇଟକୁ ଯିବା ପରେ ଆପଣଙ୍କୁ ସର୍ବପ୍ରଥମେ ନିଜର ନାମକୁ ଏଠାରେ ରେଜିଷ୍ଟର୍ଡ କରିବାକୁ ହେବ । ଏଥିପାଇଁ ଆପଣ ଜଣେ ଭାରତୀୟ ନାଗରିକ ହୋଇଥିବା ଦରକାର । ଏଥିସହିତ ହିଁ ଆପଣଙ୍କ ନିକଟରେ ଆଧାର କାର୍ଡ ମଧ୍ୟ ରହିଥିବା ନିହାତି ଜରୁରୀ ।

ଏଠାରେ ଆପଣଙ୍କୁ ଆପଣଙ୍କର ଇ-ମେଲ ଆଇଡି, ମୋବାଇଲ ନମ୍ବର ସମେତ ଅନ୍ୟାନ୍ୟ ତଥ୍ୟ ସହ ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଂଟ ନମ୍ବର ମଧ୍ୟ ଦେବାକୁ ହେବ ।  ଏହାପରେ ଯାଇ ହିଁ ଆପଣଙ୍କର ଆକାଉଂଟକୁ ଟଙ୍କା ଆସିବ ।

କେଉଁ କାମ କରିବାକୁ ପଡିବ

• ଡିଜିଟାଲ ଇଣ୍ଡିଆରେ ରେଜିଷ୍ଟର୍ଡ କରିବା ପରେ ଆପଣଙ୍କୁ ଆପଣଙ୍କର ଟାକ୍ସ କରିବାକୁ ହେବ । ଏଥିରେ ସାମାନ୍ୟ ରୂପରେ ସ୍ନିପେଟ୍ସ ତଥା ଶଦ୍ଦକୁ ଭାଙ୍ଗି ତାକୁ ଅତି ଛୋଟ ଛୋଟ ଶଦ୍ଦରେ ରୂପାନ୍ତରିତ କରିବାକୁ ପଡିଥାଏ ।  ଯାହା ଇମେଜ ଫାଇଲ ଆକାରରେ ଆପଣଙ୍କ ସାମନାରେ ଆସିଥାଏ । ଏହାକୁ ଆପଣଙ୍କୁ କଲମ କରି ଟାଇପ କରିବାକୁ ପଡିବ ।

• ଡିଜିଟାଲାଇଜ ଇଣ୍ଡିଆର େଓବସାଇଟ ମୁତାବକ, ସରକାରୀ ଫାଇଲଗୁଡିକର ଗୋପନୀୟତାକୁ ବଜାୟ ରଖିବା ପାଇଁ ଫାଇଲର କଂଟେଂଟକୁ ସ୍ନିପେଟ୍ସରେ ଭଙ୍ଗାଯାଇଥାଏ ।

• ଟାଇପ କରିବା ପାଇଁ ଆପଣଙ୍କ ସାମନାରେ ଗୋଟିଏ ଗୋଟିଏ ଶଦ୍ଦ ଆସିଥାଏ । ଯାହାଦ୍ୱାରା ଏହି କାମ ବହୁତ ସହଜ ହୋଇଯାଇଥାଏ । ଏହି ଟାକ୍ସକୁ ପୂରା କରିବା ପାଇଁ ଆପଣଙ୍କୁ ରିୱାର୍ଡ ପଏଂଟ ମଧ୍ୟ ମିଳିଥାଏ ।

କେଉଁ ଜିନିଷ ଉପରେ ଦେବାକୁ ହେବ ଗୁରୁତ୍ୱ

ଟାଇପ କରିବା ସମୟରେ ଅଧିକାଂଶ ସମୟରେ ଏକ ଶଦ୍ଦ ପୂରା ଏବଂ ଦ୍ୱିତୀୟଟି ଅଧା ନଜର ଆସିଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ସେହି ଅଧା ଶଦ୍ଦ ବୁଝିବାରେ ସମସ୍ୟା ହେଉଛି ତେବେ ତାକୁ ଆଦୌ ଟାଇପ କରନ୍ତୁ ନାହିଁ । କେବଳ ସେହି ଶଦ୍ଦ ଆପଣ ଲେଖନ୍ତୁ, ଯାହାକି ପୂରା ନଜର ଆସୁଥିବ ଏବଂ କୌଣସି ବି ବ୍ୟକ୍ତି ତାକୁ ପଢି ବୁଝିପାରୁଥିବେ । ଅଧିକାଂଶ ସମୟରେ ହଁ କିମ୍ବା ନା ରେ ବି ଉତର ଦେବାକୁ ହୋଇଥାଏ । ଏଥିପାଇଁ ଅପସନ ତଳେ ଦିଆଯାଇଥିବା ପ୍ରଶ୍ନକୁ ନିଶ୍ଚୟ ପଢନ୍ତୁ ।