ବିଗତ ବର୍ଷରେ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳୁଥିବାର କିଛି ମନୋଲୋଭା ଦୃଶ୍ୟ ! କେଉଁଠି ଆତ୍ମହରା ହୋଇ ଯୁବତୀ ନୃତ୍ୟ କରୁଛନ୍ତି ତ ଆଉ କେଉଁଠି ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି ଅନେକ ସ୍ଥାନ ।

168

୭୦ ତମ ସାଧାରଣତନ୍ତ୍ର ଦିବସରେ ସାରା ଦେଶ ଉତ୍ସବ ମନାଇବା ପାଇଁ ଚାତକ ଭଳି ଚାହିଁ ରହିଛି । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଙ୍କ ମୁହଁରେ ବନ୍ଦେ ମାତରମ୍ … ଜହ ହିନ୍ଦ୍ ର ଧ୍ୱନି ରହିଛି । ଏହି ସମୟରେ କିଛି କିଛି ସ୍ଥାନରେ ୭୦ ତମ ସାଧାରଣତନ୍ତ୍ର ଦିବସକୁ ଧୁମଧାମରେ ପାଳିବା ପାଇଁ ସମସ୍ତେ ସଜାଗ ହେଲେଣି । ଏଭଳି ସମୟରେ ୬୯ ତମ ସାଧାରଣତନ୍ତ୍ର ଦିବସର କିଛି ସ୍ମୃତି ତଥା ଫଟୋ ପାଠକଙ୍କ ମନକୁ ଖୁବ୍ ଛୁଇଁବ । ତେବେ ଆସନ୍ତୁ ଏଭଳି କିଛି ମନୋଲୋଭା ଦୃଶ୍ୟ ଦେଖିବା ।

୧ . ସାଧାରଣତନ୍ତ୍ର ଦିବସରେ ଭାରତର ଯବାନ ନାଚିଗାଇ ଏହି ଉତ୍ସବକୁ ପାଳନ କରୁଛନ୍ତି ।

୨ . ଜାନୁଆରୀ ୨୬ ର ସନ୍ଧ୍ୟାରେ ତ୍ରିରଙ୍ଗା ପତାକା ରଙ୍ଗରେ ରଙ୍ଗିନ ହୋଇଥିବା ଇଣ୍ଡିଆ ଗେଟର ମନୋଲୋଭା ଦୃଶ୍ୟ ।

୩ . ପ୍ୟାରେଡ୍ ମଇଦାନରେ ମହିଳା ସଶସ୍ତ୍ର ବାହିନୀର ପ୍ୟାରେଡ୍ ।

୪ . ପ୍ୟାରେଡରେ ଜଣେ ଯୁବତୀଙ୍କ ମୟୁରପୁଚ୍ଛ ପିନ୍ଧି ନୃତ୍ୟ କରୁଥିବା ଦୃଶ୍ୟ ।

୫ . ସ୍ଥଳସେନାର ଜଣେ ମହିଳା ଯବାନ ତ୍ରୀରଙ୍ଗା ପତାକାକୁ ସମ୍ମାନ ଜଣାଇ ସଲାମ୍ କରୁଥିବାର ଦୃଶ୍ୟ ।

୬ . ଦେଶ ଶବ୍ଦର ଅର୍ଥ ଜାଣି ନଥିବା ନିରୀହ ଛୋଟ ପିଲାଟିର ମନରେ ରଙ୍ଗୀନ ପୋଷାକ ପିନ୍ଧି ସଲାମ୍ କରୁଥିବା ଦୃଶ୍ୟ ।