ଓଡିଶାକୁ ଏସୀୟ ଅଭିଯାନ ଯାତ୍ରାରେ ସାମିଲ କରିବ ବିଦେଶୀ କ୍ରୁଜ୍ : ଗଣତନ୍ତ୍ର ଦିବସରେ ଓଡିଶାର ପାରାଦୀପ ବନ୍ଦରରେ ପହଂଚିବ ବିଦେଶୀ ଅତିଥିଙ୍କ ଜାହାଜ

58

ଏଥର ସାଧାରଣତନ୍ତ୍ର ଦିବସ ଓଡିଶା ପାଇଁ ଏକ ନୂଆ ଐତିହାସିକ ମୁହୂର୍ତ୍ତ ହେବ । ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ବିଳାସପୂର୍ଣ୍ଣ ଯାତ୍ରୀ ଜାହାଜ ଉପକୂଳ ଓଡିଶାରେ ପହଂଚିବ, ଯାହା ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବ ।

ମୋନାକୋ ସହରର ବିଳାସପୂର୍ଣ୍ଣ ବିଦେଶୀ କ୍ରୁଜ୍ ଓଡିଶାକୁ ନିଜର ଏସୀୟ ଅଭିଯାନ ଯାତ୍ରାରେ ସାମିଲ କରିବ । ୧୪ ଦିବସୀୟ ଯାତ୍ରାରେ ଏସିଆର ଅନେକ ଦେଶକୁ ଯାତ୍ରା କରିବାକୁଥିବା ଏହି ୧୨୦ ଅତିଥି ବିଶିଷ୍ଟ ଜାହାଜ ଜାନୁୟାରୀ ୨୬ରେ ପାରାଦୀପ ବନ୍ଦରରେ ପହଂଚିବ । ଏହି କ୍ରୁଜ୍ ବିଦେଶୀ ଅତିଥିଙ୍କୁ ଓଡିଶାର ରତ୍ନଗିରି, ଉଦୟଗିରି ଏବଂ ଲଳିତଗିରି ଭଳି ପୁରାତନ ବୁଦ୍ଧଙ୍କ ଐତିହ ସ୍ଥାନ ଭ୍ରମଣ କରାଇବ ।

ଓଡିଶାର ପର୍ଯ୍ୟଟନ ବିଭାଗ ଅନ୍ତର୍ଜାତୀୟ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଏବଂ ତାଙ୍କ ପାଇଁ ସର୍ବୋତ୍ତମ ବ୍ୟବସ୍ଥା ଯୋଗାଇଦେବା ପାଇଁ ନିଶ୍ଚିତ କରିଛି । ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ମାର୍ଗଦର୍ଶକ ବଦଳରେ ଦୁଇ ଜଣ ଇତିହାସକାରଙ୍କୁ ନିଯୁକ୍ତ କରିଛନ୍ତି । ଯେଉଁମାନେ ଅତିଥିଙ୍କୁ ବୌଦ୍ଧ ଧର୍ମ ସଂପର୍କିତ ଐତିହାସିକ, ସାଂସ୍କୃତିକ ଓ ଧାର୍ମିକ ଐତିହର ସଠିକ୍ ସୂଚନା ଦେଇପାରିବେ ।

“ଏହା ପର୍ଯ୍ୟଟନର ନୂଆ ଅବସରକୁ ଖୋଲିବ ଓ ବ୍ୟବସାୟୀଙ୍କୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ନିଜର ବ୍ୟବସାୟିକ ସମ୍ଭାବନାକୁ ନିବେଶ କରିବା ଓ ବଢ଼ାଇବା ପାଇଁ ପ୍ରୋତ୍ସାହିତ କରିବ । ଅନ୍ତର୍ଜାତୀୟ କ୍ରୁଜ୍ ବ୍ୟବସାୟ ଭାରତ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ”, ଯାତ୍ରା ଅଧ୍ୟକ୍ଷ ବେଂଜାମିନ୍ ସାଇମନ୍ କହିଛନ୍ତି ।