ଭାଷା ସୁରକ୍ଷା ସମ୍ମିଳନୀର ଚତୁର୍ଥ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ : ଓଡିଆ ଭାଷାର ବ୍ୟବହାରକୁ ବଢାଇବା ନେଇ ଆହ୍ୱାନ

46

କନକ ବ୍ୟୁରୋ : ଓଡିଆ ଭାଷାକୁ ସୁରକ୍ଷିତ ରଖିବାକୁ ହେଲେ ଏହାର ବ୍ୟବହାରକୁ ବଢାଇବାକୁ ହେବ । ଆଜିର ଯୁଗରେ ବିଜ୍ଞାନ କାରିଗରୀ କୌଶଳ ଭାଷାର ନୂତନ ଶତ୍ରୁ ଭାବେ ଉଭା ହୋଇଛି । ଏଣୁ ଏହାକୁ ପ୍ରତିହତ କରିବାପାଇଁ ସ୍ମାର୍ଟଫୋନରେ ବହୁଳ ଭାବେ ଓଡିଆରେ ମେସେଜ ଓ ଓଡିଆ ଭାଷାର ବ୍ୟବହାରକୁ ବଢାଇବାକୁ ହେବ ।

ଭାଷା ସୁରକ୍ଷା ସମ୍ମିଳନୀର ଚତୁର୍ଥ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି ଆହ୍ୱାନ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କନ୍ନଡ ଭାଷା ଆୟୋଗର ଅଧ୍ୟକ୍ଷ ଏସ ଜି ସିଦ୍ଧରମେୟା ଯୋଗଦେଇଥିବାବେଳେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଉଦଘାଟନ କରିଥିଲେ । ଓଡିଆ ଭାଷାକୁ ପ୍ରାଶାସନିକ କ୍ଷେତ୍ରରେ ପ୍ରଚଳନ କରିବାପାଇଁ ଭାଷା ସୁରକ୍ଷା ସମ୍ମିଳନୀ ସଭାପତି ବୈଷ୍ଣବ ପରିଡାଙ୍କ ନେତୃତ୍ୱରେ ନିଜର ଅଭିଜାନ ଜାରି ରଖିଛି  ।