ତାମିଲନାଡୁ ରାଜନୀତିରେ ନାଟକୀୟ ମୋଡ : ସୁପ୍ରିମକୋର୍ଟରେ ଚିନ୍ନାମା ଦୋଷୀ ସାବ୍ୟସ୍ତ

35

କନକ ବ୍ୟୁରୋ : ଶଶିକଳାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଆୟ ବର୍ହିଭୂତ ସଂପତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶଶିକଳା । ଦୋଷୀ ସାବ୍ୟସ୍ତ ପରେ ତୁରନ୍ତ ଆତ୍ମସମର୍ପଣ କରିବାକୁ ଶଶିକଳାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶଶିକଳାଙ୍କୁ ୪ ବର୍ଷ ସଜା ଶୁଣାଇଲେ କୋର୍ଟ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ନେଇ ଆଶା ବାନ୍ଧିଥିଲେ ଶଶିକଳା । ଏବେ ମୁଖ୍ୟମନ୍ତ୍ରୀ ହେବା ନେଇ ତାଙ୍କ ଆଶା ମଉଳିଯାଇଛି । ୧୦ ବର୍ଷ ଯାଏ ଏବେ ଶଶିକଳା ନିର୍ବାଚନ ଲଢିପାରିବେନି ।