ପୁରୀ ବଡ ଦାଣ୍ଡରେ ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡପରେ ୩ ପ୍ଲାଟୁନ ଓଏସଏଫ ପ୍ଲାଟୁନ ଫୋର୍ସ ମୁତୟନ

41

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରତିବାଦରେ ବଡ଼ ଦାଣ୍ତରେ ଲଙ୍କାକାଣ୍ତ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ଡିଜି କଟକ ମୁଖ୍ୟାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ସହ ଆଲୋଚନା କରାଯାଇଛି। ଘଟଣା ସ୍ଥଳକୁ ଓଡ଼ିଶା ସୁଇପ୍ଟ ଆକ୍ସନ୍ ଫୋର୍ସ(ଓଏସ୍ଏଫ୍) ୩ ପ୍ଲାଟୁନ୍ ଫୋର୍ସ ଡିଜିିପି ପଠାଇଛନ୍ତି। ପୁରୀର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ଫୋର୍ସ ମୁତୟନ କରାଯାଇଛି। ସମସ୍ତ ଛକ ବଜାରରେ ପୁଲିସ ଫ୍ଲାଗ୍ ମାର୍ଚ ଆରମ୍ଭ କରିଦେଇଛି।

 

ଡିଜି ଡାକ୍ତର ଆର୍.ପି. ଶର୍ମା ସୂଚନା ଦେଇ କହିଛନ୍ତି ଯେ ଧାଡ଼ି ଦର୍ଶନକୁ ବିରୋଧ କରାଯାଇ କିଛି ଗୋଷ୍ଠୀ ଏ ପ୍ରକାର କାଣ୍ତ ଘଟାଇଛନ୍ତି। ପୁରୀର ୨୦ ପୁଲିସ କର୍ମଚାରୀ ଏବ˚ ୧୦ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ପୁରୀ ଏସପି ଏବ˚ ଜିଲ୍ଲାପାଳଙ୍କୁ ନେଇ ତୁରନ୍ତ ଏକ ବୈଠକ ଆୟୋଜନ କରିବାକୁ କୁହାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ଆଲୋଚନା କରାଯିବ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ସେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି। ଏବେ ପୁରୀ ହି˚ସାକାଣ୍ତ ଘଟଣାରେ ତଦନ୍ତ କରାଯାଉଛି। ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ପାଟ୍ରୋଲି˚ ବ୍ୟବସ୍ଥା କଡ଼ାକଡ଼ା ଆରମ୍ଭ ହୋଇଥିବା ବେଳେ ହି˚ସାକାଣ୍ତ ଘଟାଇଥିବା ଦୁର୍ବୃତ୍ତ ଶ୍ରେଣୀୟ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି। ଅନ୍ୟପଟେ ଏବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି।