ଏମିତି ଚାଲିଛି ରାଜ୍ୟର ହାଇସ୍କୁଲ । ୨୫୮୫ଟି ହାଇସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ, ଖାଲି ପଡ଼ିଥିବା ପଦ ପଛର କାରଣ କହିଲେ ମନ୍ତ୍ରୀ ।

692

କନକ ବ୍ୟୁରୋ : ଏବେ ରାଜ୍ୟରେ ହାଇସ୍କୁଲ ପରୀକ୍ଷା ଚାଲିଥିବା ବେଳେ ବିଧାନସଭାରେ ହାଇସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଏବେ ରାଜ୍ୟରେ ଥିବା ହଜାର ହଜାର ହାଇସ୍କୁଲ କିଭଳି ବିନା ପ୍ରଧାନଶିକ୍ଷକରେ ଚାଲିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ପଦବୀ ଗୁଡିକ କାହିଁକି ଖାଲି ପଡିଛି ଓ କେବେ ସୁଦ୍ଧା ପ୍ରଧାନଶିକ୍ଷକ ପଦ ପୂରଣ ହେବ ସେନେଇ ଜାଣିବାକୁ ଚାହିଁଥିଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଏବେ ରାଜ୍ୟରେ ଥିବା ହାଇସ୍କୁଲ ଗୁଡିକ ମଧ୍ୟରୁ ୨୫୮୫ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଛି । ତେବେ ଏହା ପଛର କାରଣରେ ମନ୍ତ୍ରୀ କହିଛନ୍ତି, ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତାଦେଶ ଯୋଗୁଁ ଖାଲି ଥିବା SES ପ୍ରଧାନ ଶିକ୍ଷକ ପଦବୀ ଗୁଡିକୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯାଇପାରୁ ନାହିଁ । ତେବେ ଖୁବଶୀଘ୍ର ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।