ଧୀରେ ଧୀରେ ସୁଧୁରୁଛି ଶ୍ରୀଜିତଙ୍କ ମାନସିକ ଅବସ୍ଥା । ବଡ଼ଦାଣ୍ଡରୁ ବଡ଼ମେଡ଼ିକାଲକୁ ବଦଳିଗଲା ଠିକଣା । ବନ୍ଧୁଙ୍କ ବଦାନ୍ୟତା ପରେ ମାନସିକ ବିକାରଗ୍ରସ୍ତରୁ ସ୍ୱାଭାବିକ ହେଉଛନ୍ତି ଶ୍ରୀଜିତ

571

କନକ ବ୍ୟୁରୋ: ବଡ଼ଦାଣ୍ଡରୁ ବଡ଼ମେଡ଼ିକାଲ । ଗତକିଛି ଦିନ ତଳେ ମାନସିକ ବିକାରଗ୍ରସ୍ତ ଶ୍ରୀଜିତ ପାଢ଼ୀଙ୍କୁ ଭଲ କରିବା ପାଇଁ ବଦାନ୍ୟ ବନ୍ଧୁମାନେ କଟକ ବଡ଼ ମେଡ଼ିକାଲକୁ ନେଇ ଆସିଥିଲେ । ଆଉ କିଛି ଦିନର ଚିକିତ୍ସା ପରେ ଏବେ ସାଙ୍ଗମାନଙ୍କୁ ଚିହ୍ନୁଛନ୍ତି ଶ୍ରୀଜିତ ପାଢ଼ି । ଫଟୋ ଉଠାଉଛନ୍ତି ହସ ଖୁସି ହେଉଛନ୍ତି ଏକାଠି ଚା ମଧ୍ୟ ପିଉଛନ୍ତି । କିଛି ଏଭଳି ସ୍ୱାସ୍ଥ୍ୟବସ୍ଥା ସୁଧୁରିବାର ଚିତ୍ର ଏବେ ଶ୍ରୀଜିତ ପାଢିଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ପୁରୀରେ ମାନସିକ ବିକାରଗ୍ରସ୍ତ ଭାବେ ବୁଲୁଥିବା ଘଟଣା କନକ ନ୍ୟୁଜରେ ଦେଖିବା ପରେ ଶ୍ରୀଜିତଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଏସିସିବି ଆଣିଥିଲେ । ଏହାରି ଭିତରେ ୭ ଦିନ ବିତିଲାଣି ଆଉ ଶ୍ରୀଜିତଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବାର ଦେଖି ତାଙ୍କ ସାଙ୍ଗମାନେ ଏବେ ବେଶ ଖୁସି । ଆଜି କଟକ ଏସସିବି ମେଡିକାଲକୁ ଆସିଥିବା ଶ୍ରୀଜିତଙ୍କ ସାଙ୍ଗମାନେ ତାଙ୍କୁ ଏସିସିବି ରେ ଭେଟି ତାଙ୍କ ସହ କିଛି ସମୟ ଗପସପ କରିଥିଲେ।

ସେପଟେ ଶ୍ରୀଜିତଙ୍କ ସାଙ୍ଗ କାଳିଶଙ୍କରଙ୍କ କହିବା କଥା ଆମ ସାଙ୍ଗ ଦାଇତ୍ୱ ଆମର । ତାର ଚିକିତ୍ସା ଠାରୁ ଆରମ୍ଭ କରି ଭଲମନ୍ଦ ବୁଝିବା ପାଇଁ ଆମେ ସାଙ୍ଗମାନେ ହ୍ଵାଟ୍ସଆପ ଗ୍ରୁପ କରିଛୁ । ସେଥିରେ କିଏ କିଏ ତା ପାଇଁ କଣ ସାହାଯ୍ୟ କରିପାରିବ କିଏ ତାଙ୍କୁ କେଉଁଦିନ ଦେଖିବାକୁ ମେଡିକାଲ ଯିବ ସେ ସବୁ ସ୍ଥିର। ଶ୍ରୀଜିତ ମେଡିକାଲ ଆସିବା ପରେ ଆମ ପୁରୁଣା ସାଙ୍ଗମାନଙ୍କ ମଧ୍ୟରେ ଯୋଗାଯୋଗ ଆହୁରି ବଢିଛି ।