ବ୍ରହ୍ମପୁରରେ ତିଆରି ଭୁବନେଶ୍ୱରରେ କାରବାର ! ଜାଲନୋଟ ପ୍ରସ୍ତୁତ କରୁଥିବା ବଡ ରାକେଟର ପର୍ଦ୍ଦାଫାସ,ବେପାରୀଙ୍କୁ କାବୁ କଲା କମିଶନରେଟ ପୋଲିସ ।

62

ବ୍ରହ୍ମପୁରରେ ଚାଲିଥିଲା ଜାଲ୍ ନୋଟ୍ କାରଖାନା । ପ୍ରସ୍ତୁତ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ନୋଟ୍ । ସେସବୁକୁ ରାଜଧାନୀର ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ବଜାର ପର୍ଯ୍ୟନ୍ତ ଆଣି ବଜାରକୁ ଛଡାଯାଉଥିଲା । ଏମିତି ଏକ ଜାଲ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗ୍ କମିଶନରେଟ୍ ପୋଲିସ୍ ହାତରେ ଧରାପଡିଛି ।

ଏହା ସହିତ ଜାଲ୍ ନୋଟ୍ ପ୍ରସ୍ତୁତ କରୁଥିବା ଏକ ବଡ ରାକେଟର ପର୍ଦାଫାସ୍ ହୋଇଛି । କମିସନରେଟ୍ ପୋଲିସ୍ ନକଲି ଟଙ୍କା ପ୍ରସ୍ତୁତ ହେଉଥିବା ଏହି କାରଖାନା ଉପରେ ଚଢ଼ଉ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ୪ଜଣ ସହଯୋଗୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ପାଖାପାଖି ୪ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍ ଓ ବ୍ୟବହୃତ ହେଉଥିବା ସମସ୍ତ ମେସିନକୁ ଜବତ କରିଛି ପୋଲିସ୍ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବ ପୋଲିସ୍ ।