ଆଜି ବିଶ୍ୱ ପରିବେଶ ଦିବସ ! ଏ ବର୍ଷର ବାର୍ତ୍ତା ପ୍ଲାଷ୍ଟିକ୍ ପ୍ରଦୂଷଣରୁ ପୃଥିବୀକୁ ମୁକ୍ତ ରଖିବା ।

656

ଯେଉଁ ବସୁଧା ଆମକୁ ବଂଚିବାକୁ ସମସ୍ତ ଉପାଦାନ ଦେଉଛି ତାହାକୁ ଓ ତାହାର ପରିବେଶକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ । ତେଣୁ ତାକୁ ଭୁଲିଗଲେ କିମ୍ବା ତା’ର ଅବହେଳା କଲେ ଏଥିସହିତ ନିଜର ଲାଭ ଓ ଲୋଭ ପାଇଁ ତା’ର ମାତ୍ରାଧିକ ଉପଯୋଗ କରିବାଦ୍ୱାରା ତାହା ଅଧିକ କାଳ ତିଷ୍ଠି ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିପରି ପରିବେଶ ସୁରକ୍ଷା ସହିତ ପୃଥିବୀର ସୁରକ୍ଷା ସିଧାସଳଖ ଜଡିତ । ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଂପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍ ୫କୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି ।

୧୯୭୨ରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ବିଶ୍ୱ ପରିବେଶ ଦିବସ ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ପରିବେଶ ପ୍ରଦୂଷିତ ହେବା ପଛରେ ମଣିଷ ସମାଜର ମଧ୍ୟ ଭୂମିକା ରହିଛି-ଏହା ଉପରେ ଜାତିସଂଘ ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ । ଠିକ୍ ଏହାର ଦୁଇବର୍ଷ ପରେ ଅର୍ଥାତ୍ ୧୯୭୪ ଜୁନ୍ ୫ରେ ପ୍ରଥମେ ‘ବିଶ୍ୱ ପରିବେଶ ଦିବସ ପାଳିତ’ ହୋଇଥିଲା । ଆଉ ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇ ଆସୁଛି । ତେବେ ଏହି ଅବସରରେ ଆସନ୍ତୁ ଆମେ ସଂକଳ୍ପ ନେବା କି ପ୍ରକୃ୍ତି ସହ ସଂପର୍କକୁ ପୁଣିଥରେ ଯୋଡି ପୃଥିବୀକୁ ସରସ ସୁନ୍ଦର କରି ଗଢି ତୋଳିବା । ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏ ବର୍ଷର ବାର୍ତ୍ତା ହେଉଛି ପ୍ଲାଷ୍ଟିକ ପ୍ରଦୂଷଣକୁ ପରାସ୍ତ କର । ୧୯୮୭ରୁ  ଆବାହାକ ରାଷ୍ଟ୍ର ମାଧ୍ୟମରେ  ଏସବୁ କରାଯାଇଛି । ଆଉ ଚଳିତ ବର୍ଷର ଆବାହକ ରାଷ୍ଟ୍ର ହେଉଛି ଭାରତ ।   ଏହି  ଉପଲକ୍ଷେ ପୃଥିବୀ ସଙ୍ଗୀତ ଗାନ କରାଯାଏ  । ଭାରତୀୟ କବି ଅଭୟ କୁମାର ୨୦୧୩ରେ ଏହି ଗୀତ ରଚନା କରିଥିଲେ ।