୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅଭିନବ ପ୍ରତିବାଦ ! ସମଲେଶ୍ୱରୀ ମନ୍ଦିର ଆଗରେ ମାଗିଲେ ଭିକ୍ଷା

32

କନକ ବ୍ୟୁରୋ : ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ ଆମ୍ବୁଲାନ୍ସ କର୍ମଚାରୀ । ଭିକ୍ଷା ମାଗି ପ୍ରତିବାଦ କରିଛନ୍ତି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର । ସମ୍ବଲପୁର ଜିଲ୍ଲାରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ମା’ ସମଲେଇ ମନ୍ଦିର ସମ୍ମୁଖରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀମାନେ ଭିକ୍ଷା ମାଗି ପ୍ରତିବାଦ ଜଣାଇଛନ୍ତି । ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ ପ୍ରତିବାଦରେ ଏପରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରାୟ ୪ଶହ ଆନ୍ଦୋଳନକାରୀ କର୍ମଚାରୀଙ୍କୁ ଗିରଫ କରିଥିଲା ସମ୍ବଲପୁର ପୁଲିସ ।

ଫଳରେ ବିପର୍ଯ୍ୟସ୍ତ ହୋଇପଡିଛି ଜରୁରୀକାଳିନ ସେବା । ପୂର୍ବରୁ ୧୨ ଦଫା ଦାବି ନେଇ ଗତ ମାର୍ଚ୍ଚ ମାସରେ ବି ଆନ୍ଦୋଳନ କରିଥିଲା ୧୦୮ ଆମ୍ବୁଲାନ୍ସ ସଂଘ । ବାରମ୍ବାର ରାଜ୍ୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ହକ ପାଇଁ ଆନ୍ଦୋଳନ କରୁଥିବା ବେଳେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । ରାଜ୍ୟରେ ବର୍ତ୍ତମାନ ୪୨୦ଟି ୧୦୮ ଆମ୍ବୁଲାନ୍ସ କାମ କରୁଥିବା ବେଳେ ୩ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ସେଥିରେ ଡ୍ରାଇଭର ଓ ପାରାମେଡିକାଲ ଷ୍ଟାଫ ଅଛନ୍ତି ।