ଶ୍ୱଶୂର ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଥିବା ଝିଅର ବାପାଙ୍କ କନକ ନ୍ୟୁଜରେ ଏକ୍ସକ୍ଲୁସିଭ୍ ବୟାନ । କୋହଭରା କଣ୍ଠରେ କହିଲେ, ଆଉ କାହା ଝିଅ ସହ ଏଭଳି ନଘଟୁ

64

କନକ ବ୍ୟୁରୋ: ଶ୍ୱଶୂର ଦ୍ୱାରା ନିର୍ଯାତନାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବୋହୂୂଙ୍କ ବାପା କନକ ନ୍ୟୁଜକୁ ଦେଇଛନ୍ତି ଏକ୍ସକ୍ଲୁସିଭ୍ ବୟାନ । ସେ ରାଇରଙ୍ଗପୁର ଆଇଆଇସି ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ଓ ଏହାର ଭିଡିଓ ରେକର୍ଡିଂ କରିବା ପାଇଁ ଦାବି କରିଥିବା ସୂଚନା ଦେଇଛନ୍ତି । ଏହା ସହିତ  ଟାଟା ଏମଜିଏମ ହସ୍ପିଟାଲରେ ପୋଷ୍ଟ ମର୍ଟମ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ଏଥିସହିତ କୋହଭରା କଣ୍ଠରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ବାପା କହିଛନ୍ତିି କି , ଏଭଳି ଘଟଣା ଯେପରି ଅନ୍ୟ କୌଣସି ଝିଅ ଜୀବନରେ ଭବିଷ୍ୟତରେ ନ ଘଟୁ ।  ସଧବା ବେଶରେ ଝିଅକୁ  ଦେଖିବାକୁ ଚାହୁଁଛି । ଝିଅର ସ୍ୱାମୀ ଆସି ଶଙ୍ଖା, ସିନ୍ଦୂର ପିନ୍ଧାଉ ଓ ଛୋଟପୁଅ ମୁଖାଗ୍ନି ଦେଉ ବୋଲି ଦାବି କରିଛନ୍ତି । ହିନ୍ଦୁ ରୀତିନୀତିରେ ସମସ୍ତ କାମ ସଂପନ୍ନ ହେବ । ଛୋଟପୁଅକୁ ମାରିଦେବା ଭୟରେ ସେ ନିଜ ଜୀବନ ଦେଇଥିଲା ।ସେପଟେ ରାଇରଙ୍ଗପୁରରେ ଖେମକା ପରିବାରର ବାସଭବନରେ ପହଁଚି ତଦନ୍ତ ଆରମ୍ଭ କରିଛି ପୁଲିସ୍ । ସାଇଂଟିଫିକ୍ ଟିମ୍ ଓ ରାଇରଙ୍ଗପୁର ପୁଲିସ ମିଳିତ ଭାବେ ଘଟଣାର ଛାନଭିନ୍ କରୁଛନ୍ତି । ସାଇଂଟିଫିକ୍ ଟିମ୍ ଟିକନିକ୍ ଯାଂଚ କରୁଛି ।

ତେବେ ଶ୍ୱଶୂର ଦ୍ୱାରା ଦୁଷ୍କର୍ମ ପରେ ପୋଡି ଯାଇଥିବା ବୋହୂ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ । ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବୋହୂର ମୃତ୍ୟୁ ଘଟିଛି । ରାଇରଙ୍ଗପୁରରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା । ଶ୍ୱଶୁର ନିଜ ବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନିଜ ପାପ କାଳେ ପ୍ରଘଟ ହୋଇଯିବ, ଏହି ଆଶଙ୍କାରେ କିରୋସିନ ଢାଳି ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିଲା ଶଶୁର । ୭୫ ଭାଗ ଶରୀର ପୋଡି ଯାଇଥିବା ବେଳେ ଟାଟା ମେମୋରିଆଲ୍ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ପୀଡିତା । ସେପଟେ ଅଭିଯୁକ୍ତ ଶ୍ୱଶୁରକୁ ଜାମସେଦପୁରରୁ ଗିରଫ କରିଛି ପୋଲିସ ।