ଜେଜେମା’ଙ୍କ ଜୀବନ ବଂଚାଇ ହୀରୋ ବନିଲେ ଦୁଇ ଭାଇ । ଜାଣନ୍ତୁ କେମିତି ବଂଚାଇଲେ ୬୨ ବର୍ଷୀୟ ଜେଜେମା’ଙ୍କ ଜୀବନ 

ମା’ ଶିଖାଇଥିଲେ ସିପିଆର ଦେବା ।

115

ସୋଶିଆଲ ମିଡିଆରେ ନିଜ ଜେଜେମା’ଙ୍କ ଜୀବନ ବଂଚାଇବା ପରେ ହୀରୋ ବନିଲେ ଦୁଇ ଭାଇ । କାନାଡାର କିୟାନ ୧୦ବର୍ଷର , ଯେବେକି ଛୋଟ ଭାଇ ଗ୍ରେସନୁ ବ୍ରୁ ୭ବର୍ଷୀୟ । ଦୁଇ ଭାଇ ନିଜ ୬୨ ବର୍ଷୀୟ ଜେଜେମା’ଙ୍କ ସହିତ ବସି ଟିଭି ଦେଖୁଥିଲେ । ହଠାକତ  ତାଙ୍କୁ ହାର୍ଟ ଆଟାକ୍ ଆସିଗଲା । ଘରେ ପିଲାଙ୍କ ବ୍ୟତୀତ କେହି ନଥିଲେ । ଦୁଇ ଭାଇ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଚମତ୍କାର କଲେ ।

ସୂଚନାଯୋଗ୍ୟ, କିୟାନ୍ ଓ ଗ୍ରେସନଙ୍କ ମା’ ପେସାରେ ଜଣେ ନର୍ସ। ଦିନେ ସେ ତାଙ୍କ ପୁଅ ଦୁଇଜଣଙ୍କୁ ସିପିଆର୍ ଦେଖାଇଥିଲେ। ଏହାର ୬ମାସ ପରେ ଏହି ଘଟଣା ଘଟିଥିଲା। ସିପିଆର୍ ଦେବା ପରେ ଶିଶୁ ଦୁଇଟି ୯୧୧କୁ ଜୁରୁରୀକାଳୀନ କଲ୍ କରି ଆମ୍ବୁଲାନ୍ସକୁ ଡକାଇଥିଲେ। ଜେଜେମା’ଙ୍କୁ ଉଚିତ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବଂ ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି। ଜେଜେମା’ଙ୍କ ଜୀବନ ବଞ୍ଚାଇଥିବା ଦୁଇ ଶିଶୁକୁ ସମ୍ମାନୀତ ମଧ୍ୟ କରାଯାଇଛି। ଦୁହିଁଙ୍କୁ ମେଧାଭି ହେଲଥ୍ ସର୍ଭିସ୍ ବେଷ୍ଟ ହେଡକ୍ୱାର୍ଟର ତରଫରୁ ପୁରସ୍କାର ମିଳିଛି।