ଆଧାର କାର୍ଡ଼ ନଥିବାରୁ ନିସ୍ତୁକ ମାଡ଼ ଖାଇଲେ ଛାତ୍ର ! ସିସିଟିଭିରୁ ଜଣାପଡ଼ିଲା ସତ୍ୟତା

68

ଆଧାର କାର୍ଡ଼ ନଥିବାରୁ ନିସ୍ତୁକ ମାଡ଼ ଖାଇଲେ ଛାତ୍ର । ମୁମ୍ବାଇର ଏକ ଘରୋଇ ସ୍କୁଲରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ ଆଧାର କାର୍ଡ଼ ନଥିବାରୁ ୧୬ ବର୍ଷିଅ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଜେଲ ଗଲେ ଶିକ୍ଷକ । ଛାତ୍ରଙ୍କର ଏକମାତ୍ର ଭୁଲ ଥିଲା ଯେ ତାଙ୍କ ପାଖରେ ଆଧାରକାର୍ଡ ନଥିଲା । ଏହି ମାମଲାରେ ଅଭିଭାବକ ଥାନାରେ ଅଭିଯୋଗ ଆଣିବା ପରେ ଘଟଣା ଲୋକଲୋଚନକୁ ଆସିଛି । ଆହତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ।

mumbaiଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଘାଟକୋପ ଅଞ୍ଚଳର ଅକ୍ସଫୋର୍ଡ ଇଂରାଜୀ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ଶିକ୍ଷକର ନାମ ହେଲା ଶ୍ୟାମ ବାହାଦୁର ବିଶ୍ୱକର୍ମା । ୧୬ ବର୍ଷିୟ ଛାତ୍ର ସୁହେଲ ଅନସାରୀଙ୍କ ମୁଣ୍ଡକୁ ଜୋରରେ ପ୍ରହାର କରିଥିଲେ ଶିକ୍ଷକ । ସୁହେଲର ମୁଣ୍ଡରେ ପୂର୍ବରୁ ମଧ୍ୟ ଆଘାତ ଲାଗିଥିଲା । ତେବେ ଶିକ୍ଷକ ମାଡ଼ରେ ସେ ଗୁରୁତର ହୋଇପଡ଼ିଥିଲେ । ସୁହେଲଙ୍କୁ ଗୁରୁତର ଅବସ୍ଥାରେ ସାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ସୁହେଲଙ୍କ ସ୍ଥିତି ସ୍ୱାଭାବିକ ଥିବା ଜଣାପଡ଼ିଛି । ପୁରା ମାମଲାକୁ ଶୁଣିବା ପରେ ପିଲାର ଅଭିଭାବକstudent beaten ସ୍କୁଲ ପହଞ୍ଚି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଘଟଣା ସହିତ ଜଡ଼ିତ ଶିକ୍ଷକ ପ୍ରଥମେ ନିଜର ଦୋଷ ସ୍ୱିକାର କରି ନଥିଲା । ପରେ ସିସିଟିଭି ଫୁଟେଜ ଦ୍ୱାରା ସମସ୍ତ ଘଟଣା ଜଣାପଡ଼ିଥିଲା । ଭିଡ଼ିଓରୁ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ଶିକ୍ଷକ ଲୁହା ଛଡ଼ରେ ସୁହେଲଙ୍କୁ ପିଟିଥିଲେ । ଅଭିଭାବକଙ୍କ ଅଭିଯୋଗକୁ ଆଧାର କରି ଘାଟକୋପର ପୁଲିସ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ, ଶ୍ୟାମ ବାହାଦୁରକୁ ଗିରଫ କରିଛି । ଅନ୍ୟପକ୍ଷରେ ଏହି ମାମଲାକୁ ଗମ୍ଭୀର ରୂପେ ଦେଖିବାକୁ ଯାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷକକୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଛି ।