୧୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ନଡ଼ିଆ ! ନିଲାମୀରେ ଲୋକଙ୍କ ଭିଡ଼

44

ମହାରାଷ୍ଟ୍ରର ଏକ ଘଟଣା ଏବେ ଖୁବ୍ ଚର୍ଚ୍ଚାରେ । ଜଣେ କୃଷକ ୧୦ ଲକ୍ଷ ଟଙ୍କାରେ କିଣିଛନ୍ତି ଏକ ନଡିଆ । ଏକଥା ବିଶ୍ୱାସ ନହେଲେ ବି ସତ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି ଏହି ଖବର । ଯେଉଁ ମହାରାଷ୍ଟ୍ରରେ ଋଣ ସମସ୍ୟାରେ ଚାଷୀମାନେ ଆତ୍ମହତ୍ୟା କରୁଥିବାର ଘଟଣା ଖବରର ଶିରୋନାମା ପାଲଟିଛି. ସେଠାରେ ଏଭଳି ଏକ ଘଟଣା ନିଶ୍ଚୟ ଆଶ୍ଚର୍ଯ୍ୟ କରିବ ସମସ୍ତଙ୍କୁ ।

ସୂଚନା ଅନୁସାରେ , କୋଏଲି ଗ୍ରାମର ଜଣେ କୃଷକ ଭଗବାନଙ୍କୁ ଅର୍ପଣ ହୋଇଥିବା ଏହି ନଡିଆର ନିଲାମୀରେ କିଣିଛନ୍ତି । ଏହି ଗ୍ରାମ ନିକଟରେ ଥିବା ମନ୍ଦିରରେ ଭାନୋଭ ଭଗବାନ ଉତ୍ସବ ପାଳନ କରାଯାଇଥାଏ । ଉତ୍ସବର ଶେଷଦିନ ଭକ୍ତମାନେ ଭଗବାନଙ୍କୁ ଯେଉଁ ନଡିଆ ଅର୍ପଣ କରିଥାନ୍ତି , ତାହାକୁ ଟ୍ରଷ୍ଟି ନିଲାମୀ କରିଥାନ୍ତି । ଏଥର କୋଏଲ୍ ନଗରର ଜଣେ କୃଷକ ୧୦ ଲକ୍ଷ ଟଙ୍କାରେ କିଣିଛନ୍ତି ଏହି ନଡିଆ ।

ସେଠାରେ ଲୋକଙ୍କର ବିଶ୍ୱାସ ରହିଛି ଯେ, ଏହି ମନ୍ଦିରରେ ଭଗବାନଙ୍କୁ ଅର୍ପଣ ହୋଇଥିବା ନଡିଆ ଯେଉଁ ପରିବାର ନେଇଥାଏ , ସେହି ପରିବରରେ ସବୁବେଳେ ଖୁସି ଲାଗିରହିଥାଏ । ତେଣୁ ପ୍ରତିବର୍ଷ ଏହି ନଡିଆ ନେବା ପାଇଁ ଲୋକଙ୍କ ମଧ୍ୟରେ ବଡ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ଚଳିତବର୍ଷ ନଡିଆ ନିଲାମୀର ପ୍ରାରମ୍ଭିକ ମୂଲ୍ୟ ୫୦ ହଜାର ଟଙ୍କା ଥିଲା । ପରେ ଏହା ୧୦ ଲକ୍ଷ ଟଙ୍କାରେ ପହଁଚିଥିଲା ।