ସାପକୁ ରୋକିବାର ଜବରଦସ୍ତ ଉପାୟ…ଥରେ ମାତ୍ର ଛିଞ୍ଚିବା କ୍ଷଣି କେବେବି ଆପଣଙ୍କ ଘରେ ପସି ପାରିବେନି କୌଣସି ବି ବିଷଧର ସାପ

ବିଷଧର ସାପକୁ ରୋକିବ କିରୋସିନର ଗୋଟିଏ ବୁନ୍ଦା!

2,269

ଶୀତ ପଡିଲାଣି । ଆଉ ଏହି ପାଗରେ ଅଧିକାଂଶ ଘରମାନଙ୍କରେ ସାପ ବାହାରିଥାଏ । ଅନେକ ସମୟରେ ତ ସାପ ଲୋକଙ୍କର ଘର ଭିତରେ ବି ପସିଯାଏ । ଏବଂ ସାପକୁ ଦେଖିବା କ୍ଷଣି ହିଁ ଲୋକେ ଜ୍ଞାନ ଶୂନ୍ୟ ହୋଇପଡନ୍ତି । କଣ କରିବେ କିଛି ବୁଝିପାରନ୍ତି ନାହିଁ । କିଛି ଲୋକେ ତ ସାପକୁ ଦେଖିବା କ୍ଷଣି ତାକୁ ପିଟିପିଟି ମାରିଦିଅନ୍ତି । ହେଲେ ସାପକୁ ମାରିବା ପରେ କଣ ହୁଏ ତାହା ଆପଣଙ୍କୁ ନିଶ୍ଚୟ ଜଣାଥିବ ।

ଗୋଟିଏ ସାପ ମାରିବା କ୍ଷଣି ଆଉ ଗୋଟିଏ ସାପ ଚାଲି ଆସିବ । ଏଭଳି ପରିସ୍ଥିତିରେ ସବୁଠାରୁ ଭଲ ଉପାୟ ହେଲା କି ସାପକୁ କଦାପି ଘର ଭିତରେ ପସିବାକୁ ନଦେବା । କାହିଁକି ନା ସାପକୁ ଅଣଦେଖା କରିବା ବହୁତ ଭାରି ପଡିପାରେ । ତେଣୁ ଆଜି ଆମେ ଆପଣଙ୍କୁ ସାପକୁ ରୋକିବାର ତରିକା ଜଣାଇବାକୁ ଯାଉଛୁ । ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ସବୁଠାରୁ ବଡ କଥା ହେଲା କି, ଆପଣଙ୍କୁ ଆଉ ସାପର ଭୟ ରହିବ ନାହିଁ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ…

ସାପ ଏବଂ ପୋକଜୋକଙ୍କୁ  କିରୋସିନ ତେଲର ମହକ ଆଦୌ ପସନ୍ଦ ନୁହେଁ । କିରୋସିନ ଗନ୍ଧ ପାଇବା କ୍ଷଣି ସେମାନେ ତୁରନ୍ତ ସେହି ସ୍ଥାନ ଛାଡି ଚାଲିଯାଆନ୍ତି । ଯାହାର ଫାଇଦା ଆପଣ ଉଠାଇ ପାରିବେ । ଆପଣ ଆପଣଙ୍କ ଘରେ ଯଦି କିରୋସିନ ଛିଂଚନ କରନ୍ତି ତେବେ ଆପଣଙ୍କ ଘରେ କେବେ ସାପ ପସି ପାରିବ ନାହିଁ ।

ଏଥିସହିତ ହିଁ ଧ୍ୟାନ ରଖିବେ କି, କିରୋସିନ ଦ୍ୱାରା ନିଆଁ ବି ଲାଗିପାରେ । ତେଣୁ ଏଥିପାଇଁ କମ ମାତ୍ରାରେ ଛିଂଚନ କରନ୍ତୁ । ଏଥିପାଇଁ ସର୍ବ ପ୍ରଥମେ କିରୋସିନକୁ ଏକ ସ୍ପ୍ରେୟରରେ ଭର୍ତ୍ତି କରି ଦିଅନ୍ତୁ । ଆଉ ଏହି ସ୍ପ୍ରେୟର ସହାୟତାରେ ଘର ଭିତର ସହ ସଂଯୋଗ ହୋଇଥିବା ନାଳ ବା ଡ୍ରେନ୍ , ପାଇପ୍ ଏବଂ ଘର କୋଣରେ କିରୋସିନକୁ ଭଲ ଭାବରେ ଛିଂଚି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଘରେ କେବେ ବି କୌଣସି ସାପ ପସି ପାରିବ ନାହିଁ ଏବଂ ଆପଣ ସାପଠାରୁ ସୁରକ୍ଷିତ ରହିବେ ।