ନିର୍ବାଚନ ବେଳେ ଜନତାଙ୍କୁ ଉପହାର ଦେଇପାରିବେନି ନେତା । ରଦ୍ଦ ହୋଇପାରେ ନିର୍ବାଚନ ଲଢୁଥିବା ବ୍ୟକ୍ତିଙ୍କ ପ୍ରାର୍ଥୀତ୍ୱ । ଜାଣନ୍ତୁ କଣ ରହିଛି ଆଦର୍ଶ ଆଚରଣ ବିଧିର ନିୟମ

55

ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଯାଇଛି । ଏହି ରାଜ୍ୟମାନଙ୍କ ତାଲିକାରେ ଅଛନ୍ତି ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା. ମିଜୋରାମ ଏବଂ ମଧ୍ୟପ୍ରଦେଶ । ନିର୍ବାଚନକୁ ସୁରୁଖୁରୁରେ କରିବା ସହ ନିର୍ବାଚନରେ ଲାଗୁ ହେଉଥିବା ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କଲେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । ତେବେ ନିର୍ବାଚନ ଆୟୋଗଙ୍କ ଅଧିସୂଚନା ଜାରି ହେବା କ୍ଷଣି ହିଁ ଏହିସମସ୍ତ ରାଜ୍ୟମାନଙ୍କରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇସାରିଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି କି, ନିର୍ବାଚନ ବେଳେ ଜନତାଙ୍କୁ ଉପହାର ଦେଇପାରିବେନି ନେତା । ନିର୍ବାଚନୀ ବାତାବରଣରେ ଜନତାଙ୍କୁ ଲୋଭ ଦେଖାଇବା ପାଇଁ ନେତା ଭିନ୍ନ ଭିନ୍ନ ପ୍ରକାରର ଉପହାର ବାଣ୍ଟନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କରିବା ନିର୍ବାଚନ ନିୟମ ବିରୁଦ୍ଧ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୈାଣସି ବି ନେତା ଜନତାଙ୍କୁ ଉପହାର ଦେଇପାରିବେନି । ଏମିତି କଲେ ସେହି ନେତାଙ୍କୁ ନିର୍ବାଚନ ପାଇଁ ଅଯୋଗ୍ୟ ବି ଘୋଷଣା କରାଯାଇପାରିବ ।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦେଖି ନିର୍ବାଚନ ଆୟୋଗ ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ସି-ଭିଜିଲ(C-VIGIL ) ନାମକ ଏହି ଆପର ସହାୟତାରେ ନାଗରିକ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଥିବା ନେତାଙ୍କ ବିରୋଧରେ ଅଭିଯୋଗ କରିପାରିବେ ।

କେମିତି କାମ କରିବ ଆପ୍ ?

ନିର୍ବାଚନ ସମୟରେ କୈାଣସି ବି ନେତା କିମ୍ବା ଦଳ ମଦ, କମ୍ବଳ, ବାସନ, ଟଙ୍କା କିମ୍ବା ଉପହାର ବାଣ୍ଟୁଥିବା ନଜର ଆସୁଛନ୍ତି ଯଦି ନାଗରିକ ତାଙ୍କ ଅଭିଯୋଗ ଏହି ଆପ୍ ସହାୟତାରେ କରିପାରିବେ । ଏହି ଆପ୍ ଡାଉନଲୋଡ୍ କରିବା ପରେ ନାଗରିକକୁ ନିଜ ଫୋନ୍ ନମ୍ବର କିମ୍ବା ମେଲ-ଆଇଡି ସାହାଯ୍ୟରେ ସେଥିରେ ରେଜିଷ୍ଟର କରିବାକୁ ହେବ । ନାଗରିକ ନିଜର ଅଭିଯୋଗର ପ୍ରମାଣ ସ୍ୱରୂପ ଏହି ଆପରେ ଫଟୋ ଓ ଭିଡିଓ ବି ଅପଲୋଡ୍ କରିପାରିବେ । ଅଭିଯୋଗ ପରେ ନାଗରିକଙ୍କୁ ଏକ ଗ୍ରିଭେନ୍ସ ନମ୍ବର ଦିଆଯିବ । ଯାହା ସହାୟତାରେ ସେ ନିଜ ଅଭିଯୋଗର ଷ୍ଟାଟସ୍ ବି ଜାଣିପାରିବେ । ଅଭିଯୋଗ ଅପଲୋଡ୍ ହେବା ପରେ ସି-ଭିଜିଲର ସିଷ୍ଟମ ନିଜ ସ୍ତରରେ ଏହାର ଯାଂଚ କରିବ । ଏହି ସିଷ୍ଟମରେ ଥରେ ଅଭିଯୋଗ ସ୍ୱୀକୃତି ପ୍ରାପ୍ତ ହେବା ପରେ ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଏହାର ସୂଚନା ପହଂଚିବ । ସେଠାରୁ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ପଠାଯିବ ।

ନିର୍ବାଚନ ଆୟୋଗ ଅନୁସାରେ, ଏପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନର ଖବର ବହୁତ ବିଳମ୍ବରେ ମିଳିଛି, ଯାହା କାରଣରୁ ଦୋଷୀ ଦଣ୍ଡ ପାଇବାରୁ ବଂଚିତ ହୋଇଯାଏ । ଏହା ବ୍ୟତୀତ ଆବଶ୍ୟକୀୟ ଫଟୋ ଓ ଭିଡିଓ ଭଳି ପ୍ରମାଣର ଅଭାବରେ ଅଧିକାଂଶ ଅଭିଯୋଗକୁ ପ୍ରମାଣିତ କରିବାରେ ଅସୁୂବିଧା ହେଉଥିଲା । ଯାଂଚ ପରେ ଅଧିକାଂଶ ଅଭିଯୋଗ ଭୁଲ୍ ପ୍ରମାଣିତ ହେଉଥିଲା । ସଠିକ୍ ସମୟରେ ଅଭିଯୋଗ ମିଳିଲେ ତା’ ଉପରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରିବ ବୋଲି ଆୟୋଗ କହିଛନ୍ତି ।

୫ଟି ରାଜ୍ୟ-ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସି-ଭିଜିଲ ଆପର ଅତିରିକ୍ତ ଆୟୋଗ ଏହି ରାଜ୍ୟ ଗୁଡିକରେ ଜାତୀୟ ଅଭିଯୋଗ ସେବା, ଇଣ୍ଟିଗ୍ରେଟେଡ୍ କଣ୍ଟାକ୍ଟ ସେଣ୍ଟର, ସୁବିଧା, ସୁଗମ, ଇଲେକ୍ସନ୍ ମନିଟରିଙ୍ଗ ଡ୍ୟାଶବୋର୍ଡ ଓ ୱାନ-ୱେ ଇଲେକ୍ଟ୍ରୋନିକଲି ଟ୍ରାନ୍ସମିଟେଡ୍ ପୋଷ୍ଟଲ ବାଲାଟ୍ ଭଳି ଆପର ବି ଉପଯୋଗ କରିବ ।

ଆଦର୍ଶ ନିର୍ବାଚନ ସଂହିତା କଣ?

• କାହାର ବିନା ଅନୁମତିରେ ତାଙ୍କ ଘରର କାନ୍ଥ, କିମ୍ବା ବ୍ୟକ୍ତିଗତ ସଂପତି କୌଣସି ରାଜନୈତିକ ଦଳ ବ୍ୟବହାର କରିପାରିବେ ନାହିଁ । ସେହିପରି କୌଣସି ଦଳର ସଭା କିମ୍ବା ପଟୁଆରରେ ବାଧ ଦେଇପାରିବେ ନାହିଁ ।

• କୌଣସି ବି ଦଳ ଏଭଳି କାମ ନକରିବା ଉଚିତ୍, ଯାହାଦ୍ୱାରା ଜାତି କିମ୍ବା ଧର୍ମ ବା ଭାଷା ସମୁଦାୟ ମଧ୍ୟରେ ମତଭେଦ ବୃଦ୍ଧିପାଉଁ କିମ୍ବା ଘୃଣା ମନୋଭାବ ବ୍ୟାପୁ ।

• ରାଜନୈତିକ ଦଳଗୁଡିକର ଆଲୋଚନା କାର୍ଯ୍ୟକ୍ରମ ଏବଂ ନୀତିଗୁଡିକ ଭିତରେ ସୀମିତ ଥିବା ଉଚିତ, ନା ହିଁ ବ୍ୟକ୍ତିଗତ ।

• ଧାର୍ମିକ ସ୍ଥାନର ବ୍ୟବହାର ନିର୍ବାଚନ ପ୍ରଚାରର ମଂଚ ଭାବରେ ଉପଯୋଗ କରା ନଯିବା ଉଚିତ ।

• ମତ ପାଇବା ପାଇଁ ଭ୍ରଷ୍ଟ ଆଚରଣର ଉପଯୋଗ କରନ୍ତୁ ନାହିଁ, ଯେପରିକି, ଲାଂଚ ଦେବା, ମତଦାତାଙ୍କୁ ହଇରାଣ କରିବା ଇତ୍ୟାଦି ।

• ସେହିପରି ରାଜନୈତିକ ଦଳ ଏଭଳି କୌଣସି ବି ଅପିଲ ଜାରି କରିବେ ନାହିଁ, ଯେଉଁଥିରେ କାହାର ଧାର୍ମିକ କିମ୍ବା ଜାତିଗତ ଭାବନାଆଘାତ ଦେଲାଭଳି ହେଉଥିବ ।

ରାଜନୈତିକ ସଭା କାର୍ଯ୍ୟକ୍ରମ ସହ ଜଡିତ କିଛି ନିୟମ

• ସଭା-ସ୍ଥଳରେ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ପୂର୍ବରୁ ଆଣିବାକୁ ହେବ ।

• ସଭାର ଆୟୋଜକ ବାଧା ସୃଷ୍ଟିକରୁଥିବା ଲୋକଙ୍କୁ ସାମ୍ନା କରିବା ପାଇଁ ପୁଲିସର ସହାୟତା ଦେବାକୁ ହେବ ।

• ସଭା ସ୍ଥଳି ଏବଂ ସମୟର ପୂର୍ବ ସୂଚନା ପୁଲିସ ଅଧିକାରୀଙ୍କ ଦେବାକୁ ହେବ ।