ଭିକାରୀ ମୁକ୍ତ ହେବ ସମ୍ବଲପୁର । ସେମାନଙ୍କ ପାଇଁ ରହିଛି ରାଜ ଉଆସ ପରି ଘର , ଅନ୍ୟ ସବୁ ସୁବିଧା ।

185

କନକ ବ୍ୟୁରୋ: ଏଥର ସମ୍ବଲପୁର ସହରରେ କେହି ଭିକାରୀ ରହିବେନି, କି ରାସ୍ତା କଡରେ କେହି ଅସହାୟ ଅବସ୍ଥାରେ ଦିନ କାଟିବେନି । କାରଣ ଏମାନଙ୍କ ପାଇଁ ଏବେ ରାଜ୍ୟ ସରକାର ନେଇଛନ୍ତି ଅଭିନବ ପଦକ୍ଷେପ । ଭିକାରୀ ଓ ଅସହାୟଙ୍କ ପାଇଁ ସରକାର ତିଆରି କରିଛନ୍ତି ରାଜଉଆସ ପରି ଘର । ସେମାନଙ୍କୁ ଯୋଗାଇ ଦେଇଛନ୍ତି ଅନ୍ୟ ସମସ୍ତ ଅବଶ୍ୟକୀୟ ସୁବିଧା ସୁଯୋଗ । ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ଆରମ୍ଭ କରିଛନ୍ତି ଏହି ନିଅ।।ରା ଚେଷ୍ଟା ।

ସମ୍ବଲପୁର ବୈଜାମୁଣ୍ଡାଠାରେ ଖୋଲିଛି ରାଜଉଆସ । ତାହା ପୁଣି ଗରୀବ, ଅସହାୟ, ଓ ଭିକାରୀଙ୍କ ପାଇଁ । ଏହି କେନ୍ଦ୍ର ଟି ୧୯ ଏକଡ଼ ୭୭ ଡ଼ିସିମିଲ ଯାଗା ରେ ଅବସ୍ଥିତ।ଏହାକୁ ନିର୍ମାଣ କରିବା ପାଇଁ ୨୫ କୋଟି ୪୩ ଲକ୍ଷ ୬୨ ହଜାର ଟଙ୍କା ରହିଛି।ଏହି କେନ୍ଦ୍ର ରେ ୨୫୦ ଜଣ ରହିବା ପାଇଁ ବ୍ୟବସ୍ଥା ହୋଇଛି।ମହିଳା ଓ ପୁରୁଷଙ୍କ ରହିବା ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିଛି।ଏଭଳି ଏକ କେନ୍ଦ୍ର ସମ୍ବଲପୁର ରେ କାର୍ୟ୍ୟକ୍ଷମ ହେବା ଫଳରେ ଜିଲ୍ଲା ଭିକାରୀ ମୁକ୍ତ ହେବା ସହ ଆଉ କେହି ମଧ୍ୟ ଅସହାୟ ହୋଇ ରହିବେ ନାହିଁ ବୋଲି ଏହା ଏକ ପ୍ରଚେଷ୍ଟା ବୋଲି କହିଛନ୍ତି ଉତ୍ତରାଂଚଳ ରାଜସ୍ବ କମିଶନର ।

 ଏଠାରେ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ସମସ୍ତ ସୁବିଧା । ରହିବା ଠାରୁ ଆରମ୍ଭ କରି ଖାଇବା ପିଇବା, ଓ ଡାକ୍ତରୀ ସୁବିଧା ରହିଛି ।ଗରୀବ, ଭିକାରୀଙ୍କ ପାଇଁ ସରକାରଙ୍କ ଏପରି ଏପ ଅଭିନବ ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।