ଦେଶର ରାଜନୀତିକୁ ଚହଲାଇ ଦେଲେ ପ୍ରିୟଙ୍କା! ଉତ୍ତରପ୍ରଦେଶରେ ଦମଦାର ଏଣ୍ଟ୍ରି ସହ କଲେ ଶକ୍ତି ପ୍ରଦର୍ଶନ, କର୍ମୀଙ୍କୁ ଫ୍ରଣ୍ଟଫୁଟରେ ଖେଳିବାକୁ ପରାମର୍ଶ ଦେଲେ ରାହୁଲ

439

କନକ ବ୍ୟୁରୋ : ଲକ୍ଷ୍ନୌରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଦମ୍ ଦେଖାଇଲେ ପ୍ରିୟଙ୍କା ଗାନ୍ଧି । ୫ ବର୍ଷ ତଳେ ଯେଉଁଠି କଂଗ୍ରେସ ଏକ ପ୍ରକାର ସଫା ହୋଇଯାଇଥିଲା, ସେହି ଉତର ପ୍ରଦେଶରେ ନୂଆ ଆଶା ସଂଚାର କରିବାକୁ ଉଦ୍ୟମ କରିଛି କଂଗ୍ରେସ । ମହାସଚିବ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ନିଜ କାର୍ଯ୍ୟକ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରିୟଙ୍କା । ଆଉ ଏଥିରେ ପୁରା ସାଥ୍ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଜ୍ୟାତିରାଦିତ୍ୟ ସିନ୍ଧିଆ ଏବଂ ଦଳର ଅନ୍ୟ ପ୍ରମୁଖ ନେତା । ପରିବର୍ତନର ନାରା ଦେଇ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ ହଜାର ହଜାର କଂଗ୍ରେସ ସମର୍ଥକ ।

କୁହାଯାଏ, ଲକ୍ଷ୍ନୌ ଦେଇ ଯାଏ ଦିଲ୍ଲୀର ଶାସନ । ଆଉ ସେହି ଲକ୍ଷ୍ନୌ ସହରରେ କଂଗ୍ରେସର ଏହି ଶକ୍ତି ପ୍ରଦର୍ଶନ, ଦଳୀୟ ନେତା ଓ କର୍ମୀଙ୍କୁ ଯେତିକି ଉତ୍ସାହିତ କରିଛି, ହୁଏତ କଂଗ୍ରେସ ବିରୋଧୀଙ୍କ ପାଇଁ ସେତିକି ବଡ଼ ଚ୍ୟାଲେଂଜ ଭାବେ ଉଭା ହେବାକୁ ଯାଉଛି । ମାତ୍ର ୫ବର୍ଷ ତଳେ ଯେଉଁଠି କଂଗ୍ରେସ ଏକ ପ୍ରକାର ସଫା ହୋଇଯାଇଥିଲା, ସେହି ଉତର ପ୍ରଦେଶରେ ନୂଆ ଆଶା ସଂଚାର କରିବାକୁ ଉଦ୍ୟମ କରିଛି କଂଗ୍ରେସ ।
ମହାସଚିବ ଦାୟିତ୍ୱ ନେବା ପରେ ପ୍ରଥମଥର ନିଜ କାର୍ଯ୍ୟକ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରିୟଙ୍କା । ଲକ୍ଷ୍ନୌ ବିମାନ ବନ୍ଦରରୁ ୟୁପି କଂଗ୍ରେସ ଭବନ ଯାଏଁ ଏକ ରୋଡ୍ ସୋ’ କରି କଂଗ୍ରେସ ଉତଥାନର ଝଲକ୍ ଦେଖାଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆଉ ଏଥିରେ ପୁରା ସାଥ୍ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଦଳର ଅନ୍ୟ ପ୍ରମୁଖ ନେତା ।

ଆ ଗୟି ବଦଲାବ୍ କି ଆଁନ୍ଧି, ରାହୁଲ ସଙ୍ଗ୍ ପ୍ରିୟଙ୍କା ଗାନ୍ଧୀ । ଲହର ନେଇ ଆନ୍ଧି ହୈ, ନାମ୍ ପ୍ରିୟଙ୍କା ଗାନ୍ଧୀ ହୈ । ଏଭଳି ଅନେକ ନାରା ଦେଇ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ ହଜାର ହଜାର କଂଗ୍ରେସ ସମର୍ଥକ । ଏମିତି କି ପ୍ରିୟଙ୍କାକୁ ଇନ୍ଦିରାଙ୍କ ସ୍ୱରୂପ ବୋଲି କହିବାକୁ ପଛାଇ ନାହାଁନ୍ତି କଂଗ୍ରେସ କର୍ମୀ । ଏପଟେ ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ୍ ସୋ’କୁ ରାଜନୀତିର ସର୍କସରେ ଜୋକରଙ୍କ ପ୍ରବେଶ ହେଲା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ୍ ନକ୍ଭି ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ରୋଚକ ହେବାକୁ ଯାଉଛି ୨୦୧୯ ନିର୍ବାଚନ । ୟୁପିର ସମସ୍ତ ୮୦ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବାକୁ ନିଷ୍ପତି ନେଇଥିବା ବେଳେ ଅନ୍ୟପଟେ ମୈଦାନକୁ ଓହ୍ଲାଇଛି ସପା-ବସପା ମେଂଟ୍ । ଆଉ ଏହାରି ଭିତରେ ମୋଦିଙ୍କୁ ଭରସା କରି ଉଭୟ ମେଂଟ ଏବଂ କଂଗ୍ରେସ ସହ ଲଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।