ଗିରଫ ହେଲେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ! ଗିରଫଦାରୀ ପରେ ରାଜନୈତିକ ମହଲରେ ବୟାନବାଜୀ ଆରମ୍ଭ

78

କନକ ବ୍ୟୁରୋ : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ । ସିସୋର ସହ ଜମି କାରବାର ମାମଲାରେ ଗିରଫ କଲା ସିବିଆଇ । ତେବେ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ରାଜନୈତିକ ମହଲରେ ବୟାନବାଜୀ ଆରମ୍ଭ ହୋଇଛି । ସିସୋର ଜମି କାରବାର ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ପରେdama rout ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ସିବିଆଇ କାହା ପ୍ରରୋଚନାରେ କାର୍ଯ୍ୟାନୁଷ୍ଠାନ କରୁଥିଲେ ତାହା ନିନ୍ଦନୀୟ ବୋଲି ଦାମ କହିଛନ୍ତି । ଯିଏ ଦୋଷୀ ହୋଇଥିବା ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାମ କହିଛନ୍ତି । ଏହାସହ ପ୍ରଭାତ ଗିରଫ ହେବା ନେଇ ବିଜେଡିକୁ ଦାୟୀ କରିପାରିବେନି ବୋଲି ଦାମୋଦର ରାଉତ କହିଛନ୍ତି ।

Debashisସେପଟେ ପ୍ରଭାତ ବିଶ୍ୱାଳଙ୍କ ରାତିଅଧିଆ ଗିରଫଦାରୀକୁ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ପ୍ରଭାତଙ୍କ ଗିରଫ ପଛରେ ରାଜେନୈତିକ ଉଦ୍ଦେଶ୍ୟ ରହିଥିବା କହିଛନ୍ତି ଦେବାଶିଷ । ଏହାସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସିବିଆଇ ଏହା କରିଥିବା ଦେବାଶିଷ କହିଛନ୍ତି । ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରଭାତଙ୍କ ଗିରଫ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।

ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଭାଇ ଆର୍ତରଂଜନ ବିଶ୍ୱାଳ । ପ୍ରଭାତଙ୍କ ଗିରଫଦାରୀ ଏକ ରାଜେନ÷ତିକ ଷଡଯନ୍ତ୍ର ବୋଲି ଆର୍ତରଂଜନ କହିଛନ୍ତି । ଏହାସହ ସିବିଆଇର ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସିବିଆଇ ନିରପେକ୍ଷ ତଦନ୍ତ କରୁନାହିଁ ଏବଂ ନିର୍ଦ୍ଧିଷ୍ଟ ଦଳ ଇଙ୍ଗିତରେ ସିବିଆଇ କାମ କରୁଛି ବୋଲି କହିଛନ୍ତି । ଜମି କିଣାବିକାକୁ ନେଇ ଟଙ୍କା ନେଣଦେଣ ହୋଇଛଇ କିନ୍ତୁ ଏଥିରେ କୌଣସି ଅପରାଧିକ କାର୍ଯ୍ୟ ହୋଇନାହିଁ ବୋଲି ପ୍ରଭାତଙ୍କ ଭାଇ ଆର୍ତରଂଜନ କହିଛନ୍ତି ।

ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ସୁବାସ ସିଂହ । ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ବିଜେପି ଏଭଳି କରିଛି ବୋଲି ସୁବାସ ସିଂହ କହିଛନ୍ତି । ୪ବର୍ଷ ଧରି ସିବିଆଇ କଣ କରୁଥିଲା ବୋଲି ପ୍ରଶ୍ନ କରିବା ସହ ବିଜେପିର ହାତବାରିସି ସାଜିଛି ସିବିଆଇ ବୋଲି ସେ କହିଛନ୍ତି । ଏହାସହ ପ୍ରଭାତ ଦୋଷୀ ହୋଇଥିଲେ ଦଣ୍ଡ ପାଇବେ ବୋଲି ସୁବାସ କହିଛନ୍ତି ।

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛି ବିଜେପି । ମହାଳୟାରେ ଧର୍ମର ଜୟ ହୋଇଛି ଏବଂ ବିଜେଡିର ମୁଖା ଖୋଲିଛି ବୋଲି ଲେଖାଶ୍ରୀ କହିଛନ୍ତି । ୧୫ବର୍ଷ ଧରି ବିଜେଡି ଜମାକାରୀଙ୍କ ଟଙ୍କା ଲୁଟୁଥିବାବେଳେ ସିବିଆଇର ଏହି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିବା ଉଚିତ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସେପଟେ ପ୍ରଭାତଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ସିବିଆଇ ଗିରଫଦାରୀକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଭୁଜବଳ ମାଝୀ । ବିଜେଡିର ମନ୍ତ୍ରୀ, ବିଧାୟକ ଚିଟଫଣ୍ଡରେ ସମ୍ପୃକ୍ତ ଓ କଂଗ୍ରେସ ଚାହୁଁଛି ଯେଉଁମାନେ ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯାଉ ବୋଲି ଭୁଜବଳ କହିଛନ୍ତି । ସିବିଆଇ ପାଖରେ ଠୋସ ପ୍ରମାଣ ଥଇବାରୁ ତାଙ୍କୁ ଗିରଫ କରାଯାଇଛି । ଏବଂ ଗିରଫ ହେଲା ପରେ ବିଜେଡି କହିବ ଯେ, ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭୁଜବଳ କହିଛନ୍ତି ।

ତେବେ ପ୍ରଭାତ ବିଶ୍ୱାଳ ଅସୁସ୍ଥ ଅଛନ୍ତି, ତାଙ୍କର ଅସ୍ତ୍ରୋପଚାର ହୋଇଛି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରାଯିବ ବୋଲି ପ୍ରଭାତଙ୍କ ଓକିଲ କହିଛନ୍ତି ।