ଅନଲାଇନରେ ଘରେ ରହି ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ: କଟକଣା ସମୟରେ କଲେଜ ଆସିବା ନୁହେଁ ବାଧ୍ୟତାମୂଳକ

ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ

126

କନକ ବ୍ୟୁରୋ: ଅନଲାଇନରେ ଘରେ ରହି ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ । କଟକଣା ସମୟରେ କଲେଜ ଆସିବା ବାଧ୍ୟତାମୂଳକ ନୁହେଁ । ଏନେଇ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ଅନଲାଇନ କ୍ଲାସ ବେଳେ କଲେଜ ଯିବାକୁ ଆବଶ୍ୟକତା ଦରକାର ନାହିଁ । କରୋନା ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଘରେ ରହି ପାଠ ପଢାଇପାରିବେ ଦିବ୍ୟାଙ୍ଗ ଅଧ୍ୟାପକ ।