ବିହାରରୁ ଆସିଲା ଛାତିଥରା ଘଟଣା । ଗୋଟିଏ ଗଛ ଓପାଡ଼ି ଦେବାରୁ ନାବାଳିକାକୁ ପୋଡ଼ିଦେଲେ ପଡ଼ୋଶୀ ।

184

କନକ ବ୍ୟୁରୋ : ଗଛଟିଏ ଓପାଡ଼ି ଦେଇଥିବାରୁ ଶୁକ୍ରବାର ଦିନ ବିହାରର ବେଗୁସରାଇ ଜିଲ୍ଲାରେ ଜଣେ ୧୨ ବର୍ଷୀୟ ବାଳିକାକୁ ତାଙ୍କ ପଡ଼ିଶାଘର ଦମ୍ପତି ପୋଡ଼ି ପକାଇଥିବା ଅଭିଯୋଗ ହୋଇଛି । ନିଙ୍ଗା ପଞ୍ଚାୟତ ଅଧୀନ ଶିବରଣା ଗାଁରେ ଘଟଣାଟି ଘଟିଥିବା ଜଣାପଡ଼ିଛି। ଅଭିଯୁକ୍ତ ପଡ଼ୋଶୀ ସିକନ୍ଦର ଯାଦବଙ୍କ ଘର ପାଖରେ ଖେଳୁଥିବା ବେଳେ ବାଳିକାଟି ଗୋଟାଏ ଛୋଟ ଗଛ ଉପାଡ଼ି ପକାଇଥିଲା । ଏ କଥା ଦେଖି ସିକନ୍ଦର, ତାଙ୍କ ପତ୍ନୀ ଓ ସେମାନଙ୍କ ଝିଅ ସେ ବାଳିକାକୁ ଗାଳିଗୁଲଜ କରିବା ସହ ମାଡ଼ ଦେଇଥିଲେ । ତା’ପରେ ସେମାନେ ଝିଅଟି ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ଚିକିତ୍ସା ନିମନ୍ତେ ଦଗ୍ଧ ବାଳିକାଟିକୁ ଏକ ଚିକିତ୍ସାଳୟର ‘କ୍ରିଟିକାଲ୍‌ ବର୍ଣ୍ଣ ଇଞ୍ଜୁରି’ରେ ଭର୍ତ୍ତି କରିଛନ୍ତି । ଅଭିଯୁକ୍ତ ସିକନ୍ଦର ଯାଦବଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ବେଗୁସରାଇ ଡିଏସ୍‌ପି ନିଶିତପ୍ରିୟ କହିଛନ୍ତି, ପଡ଼ୋଶୀ ସିକନ୍ଦର ଏହି ଅପରାଧର ଅଭିଯୁକ୍ତ ଏବଂ ତାଙ୍କର ଗିରଫଦାରି ପାଇଁ ପ୍ରକ୍ରିୟା ଚାଲିଛି ।