ଖାଉଟିଙ୍କ ଉପରେ ପଢିପାରେ ମହଙ୍ଗା ବିଦ୍ୟୁତ୍ ବୋଝ ! ଦର ବଢାଇବା ଲାଗି ଓଇଆରସିଙ୍କୁ ଚିଠି ଲେଖିଲା ଗ୍ରିଡକୋ

639

କନକ ବ୍ୟୁରୋ : ଭୋଟ ଥିଲା। ଏଣୁ ବିଦ୍ୟୁତ ଶୁଳ୍କ ବଢ଼ାଇବା ଲାଗି ଗ୍ରୀଡକୋ ଯେଭଳି ଦାବି ରଖିବା କଥା ସେମିତି କଲାନି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରାୟ ଶୁଣାଇଲେ ଯେ ଏ ବର୍ଷ (୨୦୧୯-୨୦) ଶୁଳ୍କ ବଢ଼ିବାର ନାହିଁ। ଭୋଟ ସରିଲା ପରେ ବିଜୁଳି ଦର ମହଙ୍ଗା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଉ କେହି ନୁହେଁ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ମେ’ ୨୩ ତାରିଖରେ ଦେଇଥିବା ଆଦେଶର ପୁନର୍ବିଚାର କରିବାକୁ ଏବେ ଗ୍ରିଡକୋ ଓଇଆରସିଙ୍କ ନିକଟରେ ଆବେଦନ କରିଛି।

source : dbha12

ରାଜସ୍ବ କ୍ଷତି ଭରଣା କରିବାର ଆଳ ଦେଖାଇ ସରକାର ଏ ନେଇ ରାସ୍ତା ଖୋଲିଛନ୍ତି। ଫଳରେ ବର୍ଷ ମଝିରେ ବିଦ୍ୟୁତ ଦର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଲାଣି। ଗୋଟିଏ ପଟେ ଗୁଣାତ୍ମତ ବିଜୁଳି ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଗାଁରେ ପ୍ରତି ଘଣ୍ଟାରେ ଅଘୋଷିତ ବିଦ୍ୟୁତ କାଟ୍ ଚାଲିଛି। ଲୋକେ ନାହିଁ ନ ଥିବା ଦୁର୍ଦଶା ସାମ୍ନା କରୁଛନ୍ତି। ଅନ୍ୟପଟରେ ଫନି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଏବେ ବି ସବୁ ଲୋକଙ୍କ ପାଖରେ ବିଦ୍ୟୁତ ସଂଯୋଗ ପହଞ୍ଚି ପାରିନାହିଁ। ଏମିତି ସ୍ଥିତିରେ ବିଜୁଳି ଶୁଳ୍କ ବୃଦ୍ଧି ଲାଗି ସରକାରଙ୍କ ଷଡ଼ଯନ୍ତ୍ର ଉପଭୋକ୍ତାଙ୍କ ମୁଣ୍ଡ ଘୂରାଇ ଦେଲାଣି।

ଗତ ୨୦ ତାରିଖରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଗ୍ରିଡକୋ ଓଇଆର୍ସିଙ୍କ ପାଖରେ ସାନି ଆବେଦନ କରିଛି। ଦର୍ଶାଇଛି, ୨୦୧୯-୨୦ ଆର୍ଥିକ ବର୍ଷର ସମଷ୍ଟିଗତ ରାଜସ୍ବ ଆବଶ୍ୟକତା ବା ଏ.ଆର.ଆର ପାଇଁ ବିଦ୍ୟୁତ ଦରରେ ସଂଶୋଧନ କରାଯିବା ଦରକାର। ଚଳିତବର୍ଷ ବିଦ୍ୟୁତ ବା ବିଏସ୍ପି କିଣା ଓ ବଣ୍ଟନ ବାବଦରେ ୟୁନିଟ ପିଛା ସର୍ବାଧିକ ୩୨୬ ଟଙ୍କା ୭୭ ପଇସା ହିସାବରେ ମୋଟ ୯ ହଜାର ୧୩୪ କୋଟି ୧୯ ଲକ୍ଷ ଟଙ୍କା ଆବଶ୍ୟକ ହେଉଛି । କିନ୍ତୁ ବିଏସ୍ପି ୟୁନିଟ ପିଛା ୨୭୦ ଟଙ୍କା ୪୭ ପଇସା ହାରାହାରି ଦର ଧାର୍ଯ୍ୟକରି ଓଇଆର୍ସି ମୋଟ ୭ ହଜାର ୭୦୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

Dramatic Image of Power Distribution Station with Lightning Striking Electricity Towers

ଫଳରେ ବିଏସ୍ପି କିଣା ବାବଦରେ ଓଇଆରସି ଧାର୍ଯ୍ୟ କରିଥିବା ଦର ଅନୁସାରେ ଗ୍ରୀଡକୋକୁ ମାତ୍ର ୭ ହଜାର ୫୨୯ କୋଟି ୯୬ ଲକ୍ଷ ଟଙ୍କା ମିଳିବ। ଯାହାକି ମଞ୍ଜୁର ହୋଇଥିବା ଏ.ଆର.ଆରଠାରୁ ୧୭୨ କୋଟି ୯୪ ଲକ୍ଷ ଟଙ୍କା କମ୍। ଏହି କ୍ଷତିକୁ ସହିବା ବର୍ତମାନ ପରିସ୍ଥିତିରେ ଆଦୌ ସମ୍ଭବ ନୁହେଁ ବୋଲି ଗ୍ରୀଡକୋ ଜଣାଇଛି। କହିଛି, ବିଦ୍ୟୁତ ପରିବହନ ଓ ବଣ୍ଟନ ବାବଦରେ ପୂର୍ବରୁ କରାଯାଇଥିବା ଋଣ ଉପରେ ସୁଧ ଦିଆଯାଇ ପାରୁନାହିଁ। ପ୍ରତିବର୍ଷ ଋଣର ପରିମାଣ ବଢ଼ିଚାଲିଛି। ସରକାର ଗ୍ୟାରେଣ୍ଟର ପଡ଼ିଲେ ବି ଆର୍ଥିକ ସ୍ଥିତିରେ ସୁଧାର ଆସିପାରୁନି। ଆବେଦନପତ୍ରରେ ଗ୍ରୀଡକୋ ଆହୁରି ଦର୍ଶାଇଛି, ଚଳିତ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବୃଦ୍ଧି ନ କରିବାକୁ ଓଇଆରସି ଗତ ମାର୍ଚ୍ଚ ୨୯ ତାରିଖରେ ନିଷ୍ପତ୍ତି ନେଇଥିଲେ।

electricity
image courtesy-https://www.ndtv.com

ରାଜ୍ୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ଏହି ନିଷ୍ପତ୍ତି ସଂକ୍ରାନ୍ତ ଆଦେଶନାମା ଗତ ମେ’ ୨୯ ତାରିଖରେ ଜାରି ହୋଇଥିଲା। ଏବେ ନିର୍ବାଚନ ନାହିଁ। ତେଣୁ କ୍ଷତିଭରଣା କରିବାକୁ ଗ୍ରୀଡକୋ ପାଖରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବା ଦରକାର। ଏ ସମ୍ପର୍କରେ ଗ୍ରୀଡକୋ ନିର୍ଦ୍ଦେଶକଙ୍କ କହିବା କଥା, ମହାଲେଖାକାରଙ୍କ ପରାମର୍ଶ ଅନୁଯାୟୀ କୌଣସି ଗୋଟିଏ ଆର୍ଥିକ ବର୍ଷ ପାଇଁ କ୍ଷତି ଓ ନିଅଣ୍ଟିଆ ସ୍ଥିତି ସମ୍ଭାବନା ଥିଲେ ଓଇଆର୍ସିଙ୍କୁ ଜଣାଇବାକୁ ପଡ଼ିଥାଏ। ଏହି ଦୃଷ୍ଟିରୁ ଆବେଦନ କରାଯାଇଛି। ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି, ନିର୍ବାଚନ ସରିବା ପରେ କ୍ଷତି ଭରଣା ଆଳରେ ବିଦ୍ୟୁତ ଦର ବୃଦ୍ଧି କରିବାକୁ ସବୁ ପ୍ରକାର କ୍ଷେତ୍ର ପ୍ରସ୍ତୁତ କରିସାରିଲେଣି। ହେଲେ ବିଦ୍ୟୁତ ଉପଭୋକ୍ତା ସଂଘ କିନ୍ତୁ ଏହାକୁ ଦୃଢ଼ ବିରୋଧ କରିଛି ।