୨୦୧୯ର ପ୍ରଥମ ଟେଷ୍ଟ ! ସିଡନୀରେ କାଲି ହେବ ମହାଲଢେଇ, ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।

61

୨୦୧୯ର ପ୍ରଥମ ଲଢେଇ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜର ଆସନ୍ତାକାଲି ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ । ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ ଆଗୁଆ ରହିଥିବାରୁ ଭାରତର ମନୋବଳ ଦୃଢ ରହିଛି । ସେପଟେ ଶେଷ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜକୁ ଡ୍ର ରଖିବା ପାଇଁ ପ୍ରୟାସ କରିବ । କାରଣ କଙ୍ଗାରୁ ଦଳ ପାଇଁ ଏହି ଟେଷ୍ଟ ସିରିଜ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

ଅଷ୍ଟ୍ରେଲିଆ ବିରୋଧରେ ଆସନ୍ତା କାଲି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ୧୩ ଜଣିଆ ଭାରତୀୟ ଦଳର ନାମ ବି ଘୋଷଣା କରିଛି। ତେବେ ସିଡନୀ ଗ୍ରାଉଣ୍ଡ ସ୍ପିନ ବୋଲର ମାନଙ୍କୁ ସୁହାଉଥିବାରୁ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଉପରେ ଭାରତୀୟ ବୋଲିଂ ଭାର ରହିବ । ତେବେ ଭାରତ ଏହି ମ୍ୟାଚ ଜିତିଳେ କେବଳ ସିରିଜ ଜିତିବ ତାହା ନୁହେଁ, ଅଷ୍ଟ୍ରେଲିଆ ମାଟିରେ ଇତିହାସ ମଧ୍ୟ ରଚିବ ଟିମ୍ ଇଣ୍ଡିଆ ।