ଆଇପିଏଲ ଟକ୍କର: କୋଲକାତା ସାମ୍ନାରେ ୧୪୩ ରନର ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ।

80

କନକ ବ୍ୟୁରୋ: କୋଲକାତା ସାମ୍ନାରେ ୧୪୩ ରନର ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ୍  ।  ୨୦ ଓଭର ଖେଳି ୪ଟି ୱିକେଟ୍ ହରାଇ ସନରାଇଜର୍ସ ମାତ୍ର ୧୪୨ ରନ୍ କରିବାରେ ସକ୍ଷମ ହୋଇଛି । ତେବେ ସନରାଇଜର୍ସ କ୍ୟାପଟେନ୍ ୱାର୍ଣ୍ଣନର ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଲକାତାର ବୋଲିଂ ସାମ୍ନାରେ ଦଳ ବଡ଼ ରନ୍ କରିବାରେ ସକ୍ଷମ ହୋଇପାରିନି । 

ତେବେ କୋଲକାତା ପାଖରେ ବଡ଼ ବ୍ୟାଟିଂ ଲାଇନଅପ୍ ଥିବାରୁ ଦଳ ଅତି ସହଜରେ ବିଜୟ ହାସଲ କରିପାରେ ବୋଲି କୋଲକାତାର ଫ୍ୟାନ୍ସ ମାନେ ଆଶା ରଖିଛନ୍ତି । ସେପଟେ ସନରାଇଜର୍ସ ପାଖରେ ଭଲ ବୋଲିଂ ଥିବାରୁ ଏବେ ଅଧିକ ରୋମାଞ୍ଚ ହୋଇପାରେ ।