ଆମେରିକାରେ ପୁଣି ହେଟ୍ କ୍ରାଇମ୍ ! ଭାରତୀୟ ମା, ପୁଅକୁ ଗଳାକାଟି ନୃଶଂସ ହତ୍ୟା

30

କନକ ବ୍ୟୁରୋ : ଆମେରିକାର ପୁଣି ହେଟ୍ କ୍ରାଇମ୍ । ଜଣେ ଭାରତୀୟ ମା ସହିତ ୭ବର୍ଷର ପୁଅକୁ ଅତି ନୃଶଂସ ଭାବରେ ଗଳାକାଟି ହତ୍ୟା କରାଯାଇଛି । ଏହା ଏକ ବିଦ୍ୱେଷଜନିତ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାମ ଶଶିକଳା ଓ ତାଙ୍କର ବୟସ ୪୦ବୋଲି ଜଣାପଡିଛି । ଶିଶୁପୁତ୍ର ହେଉଛନ୍ତିି ଅନୀଶ ସାଇ । ସ୍ୱାମୀ ନାରା ହନୁମନ୍ତ ରାଓଙ୍କ ସହ ମା ଓ ପୁଅ ରହୁଥିଲେ । ହନୁମନ୍ତ ଅଫିସରୁ ଫେରିବା ପରେ ସ୍ତ୍ରୀ ଓ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିଥିଲେ । ଏହି ଘଟଣାକୁ ବିଶ୍ୱବ୍ୟାପି ନିନ୍ଦା କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ହତ୍ୟାକାରୀଙ୍କ ସମ୍ପର୍କରେ ପୁଲିସକୁ କୋ÷ଣସି ସୁରାକ ମିଳିନାହିଁ ।

ଆମେରିକାରେ ଟ୍ରମ୍ପ ଶାସନ ଭାର ଗ୍ରହଣ କରିବା ପରେ ଦେଶରେ ହେଟ୍ କ୍ରାଇମ ବଢ଼ିବାରେ ଲାଗିଛି । ଏଥିରେ ସର୍ବାଧିକ ଟାର୍ଗେଟ ହୋଇଛନ୍ତି ଭାରତୀୟ । ଗତ କିଛି ଦିନ ତଳେ ଦୁଇ ଭାରତୀୟ ହତ୍ୟାର ଶିକାର ହୋଇଥିଲେ । ଅନ୍ୟପଟେ ଶଶିକଳାଙ୍କ ପରିବାର ପକ୍ଷରୁ ହତ୍ୟାକାଣ୍ଡ ପଛରେ ଶଶିକଳାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରାଯାଇଛି । ପରକୀୟା ପ୍ରୀତି ପାଇଁ ସେ ଶଶିକଳା ଓ ପୁଅକୁ ହତ୍ୟା କରିଥିବା ସେମାନେ କହିଛନ୍ତି । ଶଶିକଳାଙ୍କ ଘର ଆନ୍ଧ୍ରପ୍ରଦେଶରେ ହୋଇଥିବାବେଳେ ସେ ୯ବର୍ଷ ଧରି ଆମେରିକା ନ୍ୟୁଜର୍ସିସ୍ଥିତ ବର୍ଲିଟଂନରେ ରେ ରହୁଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-